fbpx
BJD SKY
BJD SKY

ଆଜିଠୁ ‘ସ୍ୱୟମ୍’ ଯୋଜନା ପାଇଁ ଆବେଦନ ଆରମ୍ଭ : ଜାଣନ୍ତୁ କେମିତି କରିବେ ଆବେଦନ?

BJD

ଭୁବନେଶ୍ୱର : ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସ୍ୱୟମ୍’ । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି ।

ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ ।

ସ୍ୱୟମ୍ ଯୋଜନା
କେମିତି କରିବେ ଆବେଦନ?
ସ୍ୱୟମ୍ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନରେ ଆବେଦନ କରିବେ
୧୮ରୁ ୩୫ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ଯୋଗ୍ୟ
ଏସସି, ଏସଟି ଓ ଭିନ୍ନକ୍ଷମଙ୍କ ପାଇଁ ବୟସ ସୀମା ୪୦ବର୍ଷ
ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ପାଇଁ ୧ଲକ୍ଷ ଟଙ୍କା ଋଣ
ଆବେଦନ ପାଇଁ ପାସପୋର୍ଟ ସାଇଜ ଫଟୋ
ବୟସ ପ୍ରମାଣ ପତ୍ର, ଭୋଟର କାର୍ଡ,
ପ୍ୟାନ୍ କ୍ୟାର୍ଡ ଓ ଦଶମ ସାର୍ଟିଫିକେଟ ଆବଶ୍ୟକ
ଜାତି ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ଆବଶ୍ୟକ
ବାସସ୍ଥାନ ପ୍ରମାଣପତ୍ର ବି ଆବଶ୍ୟକ ।

Get real time updates directly on you device, subscribe now.