fbpx
BSKY SKY
BSKY SKY

(ଭିଡ଼ିଓ)କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂ, ୨୩ ବର୍ଷର କ୍ୟାରିୟର ପରେ ନେଲେ ଅବସର

BSKY

ନୂଆଦିଲ୍ଲୀ: ଭାରତର ଷ୍ଟାର ସ୍ପିନର ହରଭଜନ ସିଂହ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ହରଭଗନ ସିଂ ଭାରତ ପକ୍ଷରୁ ୭୧୧ ୱିକେଟ୍ ନେଇଛନ୍ତି । ଟର୍ବନେଟର ଭାବରେ ଲୋକପ୍ରିୟତା ହାସଲ କରିଥିବା ହରଭଜନ ରାଜନୀତି ମଇଦାନରେ ନିଜର ନୂଆ ଇନିଂସ ଆରମ୍ଭ କରିପାରନ୍ତି । ନିକଟରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିନ୍ଧୁଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହରଭଜନ ସିଂ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଖବର ମିଳୁଛି ।

ତେବେ ହରଭଜନ ସିଂ ଟ୍ୱିଟ୍ରେ ନିଜର ଅବସର ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ, ‘ସମସ୍ତ ଭଲ ଜିନିଷ ଶେଷ ହୋଇଛି ଓ ମୁଁ ଆଜି ଏହି ଖେଳରୁ ବିଦାୟ ନେଉଛି ଯାହା ମୋତେ ଜୀବନରେ ସବୁକିଛି ଦେଇଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଏହି ୨୩ ବର୍ଷର ଲମ୍ବା ଯାତ୍ରାକୁ ସୁନ୍ଦର ଓ ସ୍ମରଣୀୟ କରିଛନ୍ତି । ଆପଣଙ୍କୁ ହୃଦୟରୁ ଅନେକ ଧନ୍ୟବାଦ ।’

Get real time updates directly on you device, subscribe now.