fbpx
BSKY SKY
BSKY SKY

ଗୋଟିଏ ଦିନରେ ବଦଳିଲା IPL ମହା ନିଲାମ ତାରିଖ: ଆସନ୍ତା ଫେବୃଆରୀ ମାସ ଏହି ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା

BSKY

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ମେଗା ଅକ୍ସନର ତାରିଖ ସ୍ଥରୀକୃତ ହେବାର ଗୋଟିଏ ଦିନ ପରେ ପୁଣି ପରିବର୍ତ୍ତନ ହୋଇଛି । ଗତ ବୁଧବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଫେବୃଆରୀ ୭ ଓ ୮ ତାରିଖରେ ମହାନିଲାମ ହେବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଠିକ୍ ଗୋଟିଏ ଦିନ ପରେ ଏହି ତାରିଖ ପରିବର୍ତ୍ତନ କରାଯାଇଛି । ବିସିସିଆଇର ଏକ ସୋର୍ସ ପକ୍ଷରୁ ଆଇପିଏଲ ମହାନିଲାମ ତାରିଖ ବିଷୟରେ କୁହାଯାଇଛି ।

ତେବେ ଫେବୃଆରୀ ୭, ୮ ତାରିଖରେ ନୁହେଁ, ୧୧, ୧୨ ଓ ୧୩ ତାରିଖରେ ଏହାର ଆୟୋଜନ କରାଯିବ । ଆଇପିଏଲରେ ସାମିଲ ହେବାକୁ ଥିବା ଦୁଇ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ନେଇ କନଫର୍ମ ହେବା ପରେ ଏହି ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଦୁଇଟି ନୂଆ ଟିମ୍ ସାମିଲ ହେବାକୁ ଥିବାରୁ ଆସନ୍ତା ଆଇପିଏଲରେ ୧୦ଟି ଟିମ୍ ଅଂଶଗ୍ରହଣ କରିବେ । ତେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଧିନାୟକ ବିରାଟ କୋହଲି ଟିମକୁ ଆଜି ପର୍ଯ୍ୟନ୍ତ କୌଣସି ଟ୍ରଫି ଦେବାରେ ସକ୍ଷମ ହୋଇପାରିନାହାନ୍ତି । ତେଣୁ ଆସନ୍ତା ଆଇପିଏଲରେ ବିରାଟଙ୍କ ସ୍ଥାନରେ ଅଧିନାୟକ ଦୌଡ଼ରେ ୩ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ଗ୍ଲେନ ମ୍ୟାକ୍ସୱେଲ, ଡେଭିଡ ୱାର୍ଣ୍ଣର ଓ ଦେବଦତ୍ତ ପଡିକ୍କଲ ରହିଛନ୍ତି ।

Get real time updates directly on you device, subscribe now.