fbpx
BSKY SKY
BSKY SKY

ZEE-SONY ମିଶ୍ରଣରେ ଦେଶରେ ହେବ ବଡ଼ ନେଟୱର୍କ, ଜାଣନ୍ତୁ କ’ଣ ମିଳିବ ଫାଇଦା

BSKY

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ(ZEEL) ଏବଂ ସୋନୀ ପିକ୍ଚର୍ସ ନେଟୱର୍କ ଇଣ୍ଡିଆ ପ୍ରାଇଭେଟ ଏବେ ଏକ ହେବାକୁ ଯାଉଛନ୍ତି । ମନୋରଞ୍ଜନ ଦୁନିଆର ଏହି ଦୁଇ ଦିଗ୍ଗଜ କମ୍ପାନୀର ମିଶ୍ରଣକୁ ବୋର୍ଡ ମଞ୍ଜୁରୀ ଦେଇଛି । ଏଥିପାଇଁ ୮ରୁ ୧୦ ମାସ ସମୟ ଲାଗିପାରେ ।

ଉଭୟ କମ୍ପାନୀ ଟିଭି ଇଣ୍ଡଷ୍ଟ୍ରୀରେ ଲମ୍ବା ସମୟରୁ ରହିଆସୁଛନ୍ତି । ସୋନୀ ପିକ୍ଚର୍ସ ନେଟୱର୍କ ଭାରତରେ ୧୯୯୫ରେ ପ୍ରଥମ ଚ୍ୟାନେଲ ଲଞ୍ଚ କରିଥିଲା । ସେହିପରି ଜୀ ଏଣ୍ଟରଟେନମେଣ୍ଟ୍ ଏଣ୍ଟରପ୍ରାଇଜ୍ ୧୯୯୨ରେ ଏହାର ପ୍ରଥମ ଚ୍ୟାନେଲ ଲଞ୍ଚ କରିଥିଲା ।

ଜୀ ପାଖରେ ୪୯ ଚ୍ୟାନେଲ ଏବଂ ସୋନୀ ପାଖରେ ୨୬ ଚ୍ୟାନେଲ ରହିଛି । ଉଭୟ କମ୍ପାନୀର ମିଶ୍ରଣ ପରେ ୭୫ ଚ୍ୟାନେଲ ହୋଇଯିବ । ଜୀ ବର୍ତ୍ତମାନ ୧୭୩ ଦେଶରେ ଥିବା ବେଳେ ୧.୩ ଆରବ ଲୋକଙ୍କ ପାଖରେ ପହଞ୍ଚିଛି । ସେହିଭଳି ସୋନୀ ୧୬୩ ଦେଶରେ ରହିଥିବା ବେଳେ ୭୦ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ଏହି ମିଶ୍ରଣ ପରେ ୨୬.୭ ପ୍ରତିଶତ ଦର୍ଶକଙ୍କ ସହ ଜୀ ଏବଂ ସୋନୀ ଦେଶର ବଡ଼ ଏଣ୍ଟରଟେନମେଣ୍ଟ ନେଟୱର୍କ ହେବ । ହିନ୍ଦୀ ସିନେମାରେ ଏହାର ୬୩ ପ୍ରତିଶତ ଅଂଶଧନ ରହିବ । ଏହି ନୂଆ କମ୍ପାନୀ ପାଖରେ ୭୫ ଟିଭି ଚାନେଲ, ୨ ଭିଡିଓ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ୍, ୨ଟି ଷ୍ଟୁଡିଓ ଏବଂ ଏକ ଡିଜିଟାଲ ଷ୍ଟୁଡିଓ ହେବ ।

ଏହା ସହ ଚର୍ଚ୍ଚା ହେଉଛି ଏହି ନୂଆ କମ୍ପାନୀ ଆଇପିଏଲର ରାଇଟ୍ସକୁ କିଣିବା ପାଇଁ ଅଧିକ ବାଜି ଲଗାଇ ପାରନ୍ତି । ବର୍ତ୍ତମାନ ଆଇପିଏଲର ରାଇଟ୍ସ ଷ୍ଟାର ପାଖରେ ରହିଛି । ଏହା ପୂର୍ବରୁ ସୋନୀ ପାଖରେ ରହିଥିଲା । ଜୀ ଏଣ୍ଟରଟେନମେଣ୍ଟର ସିଇଓ ପୁନୀତ ଗୋୟନକା କହିଛନ୍ତି ଯେ ମିଶ୍ରଣ ପରେ ନୂଆ କମ୍ପାନୀ ସ୍ପୋର୍ଟ୍ସ କଣ୍ଟେଣ୍ଟ ଉପରେ ଫୋକସ୍ କରିବ ।

ଦୁଇ କମ୍ପାନୀର ମିଶ୍ରଣ ଯୋଗୁଁ ମନୋରଞ୍ଜନ ଜଗତ ଏବଂ ଷ୍ଟକ୍ ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହି ମିଶ୍ରଣ ଦ୍ୱାରା କମ୍ପାନୀର ମାର୍କେଟ ପୋଜିସନ ଉନ୍ନତି ହେବ ଏବଂ ରେଭେନ୍ୟୁ ବଢ଼ିବା ନେଇ ଆଶା କରାଯାଉଛି । ଯାହାର ସିଧା ଫାଇଦା ସେୟାରହୋଲ୍ଡରଙ୍କୁ ମିଳିବ । ମାର୍କେଟ୍ ବିଶେଷଜ୍ଞ ZEELର ଶେୟାର କିଣିବାକୁ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞ କହିବା ଅନୁଯାୟୀ ଜିଇଇଏଲ ର ଶେୟାର ଟାର୍ଗେଟ ୪୦୦-୦୪୧୫ ଟଙ୍କା ରହିପାରେ ।

 

Get real time updates directly on you device, subscribe now.