fbpx
BSKY SKY
BSKY SKY

ମୋବାଇଲ୍ ଏବଂ ମିଠା ଖାଇବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଗଲେ ଯୁବକ: ଓହ୍ଲାଇବାକୁ ନାକେଦମ୍ ହେଲା ପୋଲିସ୍

BSKY

କୌଣସି ଜିନିଷ ପାଇବା ପାଇଁ ବାପା, ମା’ଙ୍କ ପାଖରେ ଅଳି ଅଝଟ କରୁଥିବାର କଥା ଶୁଣିଥିବେ । କିନ୍ତୁ ମୋବାଇଲ୍ ଏବଂ ମିଠା ଖାଇବା ପାଇଁ ଏକ ଉଚ୍ଚ ଟାୱାର ଉପରକୁ ଚଢ଼ି ଯିବାର କଥା କେବେ ଶୁଣିଛନ୍ତି କି? ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ । ଯେଉଁଠାରେ ଜଣେ ଯୁବକ ମୋବାଇଲ୍ ଏବଂ ମିଠା ଖାଇବା ପାଇଁ ଟାୱାର ଉପରକୁ ଚଢ଼ିଯାଇଥିଲେ । ଆଉ ତାଙ୍କୁ ତଳକୁ ଓହ୍ଲାଇବାକୁ ନାକେଦମ ହୋଇପଡ଼ିଥିଲା ପୋଲିସ୍ ।

ସୂଚନା ଯୋଗ୍ୟ, ବିହାର ମୁଜାଫରପୁରର ଜଣେ ଯୁବକ ମିଠା ଏବଂ ମୋବାଇଲ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ଖୁଣ୍ଟରେ ଚଢ଼ିଯାଇଥିଲେ । ତାଙ୍କର ଦାବିଥିଲା ଯେ ମୋବାଇଲ୍ ଏବଂ ବିଭିନ୍ନ ସମୟରେ ମିଠା ଖାଇବାକୁ ଦିଆଯିବା ପାଇଁ । ସେପଟେ ଘଟଣା ସ୍ଥଳରେ ଯୁବକଙ୍କୁ ଉଦ୍ଧାର କରିବା ଲାଗି ପୋଲିସ୍ , ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ଯୁବକଙ୍କୁ ସମସ୍ତେ ବୁଝେଇବାକୁ ଚେଷ୍ଟା କରୁଥିଲେ, ହେଲେ ତଳକୁ ଆସିନଥିଲେ । ଏହାପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ପ୍ରାୟ ୧୮ ଘଣ୍ଟା ପରେ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲା ପୋଲିସ୍ ।

ତେବେ ଘଟଣା କେବଳ ସେତିକି ନୁହେଁ, ଯେତେବେଳେ ଯୁବକଙ୍କୁ ତଳକୁ ଓହ୍ଲାଯାଇଥିଲା ଏହି ସମୟରେ ସେଠାରେ ଥିବା ସ୍ଥାନୀୟ ଲୋକ ରାଗରେ ତାଙ୍କ ଉପରକୁ ପଥର ଫୋପାଡ଼ିଥିଲେ । ଯାହାପରେ ସେ ସେଠାରୁ ଦୌଡ଼ି ପଳାଇଯାଇଥିଲେ । କୁହାଯାଉଛି ଯୁବକ ଜଣକ ମାନସିକ ରୋଗରେ ପିଡ଼ୀତ ।

 

Get real time updates directly on you device, subscribe now.