fbpx
BSKY SKY
BSKY SKY

ଓଡ଼ିଶାର ସରକାରୀ ସ୍କୁଲରେ ଶିକ୍ଷକଙ୍କ ପାଇଁ ବାହାରିଲା ୧୧,୪୦୩ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ?

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ଶିକ୍ଷକ ପଦବୀ ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଖାଲିପଡ଼ିଥିବା ୧୧ ହଜାର ୪୦୩ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଜାନୁଆରୀ ୩୧,୨୦୨୧ କିମ୍ବା ତା ପୂର୍ବରୁ ଏହାର ଅଫିସିଆଲ ୱେବସାଇଟ୍ https://dseodisha.in/ କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଆବେଦନ କରିବାର ସମ୍ପୂର୍ଣ୍ଣ ତଥ୍ୟ:
ଏହି ପଦବୀ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନର ୩ ଜାନୁଆରୀ ୨୦୨୨ ଦିନ ୧୧ଟାରୁ ଆରମ୍ଭ ହେବ । ଏହା ସହିତ ଅନଲାଇନ୍ ପଞ୍ଜୀକରଣ କରିବାର ଶେଷ ତାରିଖ ୩୧ ଜାନୁଆରୀ ୨୦୨୨ ରଖିଛି । ୨୦୨୨ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ମଧ୍ୟରେ ପରୀକ୍ଷା ହୋଇପାରେ ।

କମ୍ପ୍ୟୁଟର ଆଧାରିତ ପ୍ରତିଯୋଗିତା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ପାଇଁ ସମସ୍ତ ଚୟନ କରାଯିବ । ଏହା ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ।

କିପରି କରିବେ ଆବେଦନ?
ଆଗ୍ରହୀ ପ୍ରାର୍ଥୀମାନେ ୨୦୨୨ ଜାନୁଆରୀ ୩୧ ସୁଦ୍ଧା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ପତ୍ର ଦାଖଲ କରିବା ପରେ ପ୍ରାର୍ଥୀମାନେ ଏହାର ପ୍ରିଣ୍ଟଆଉଟ୍ ରଖିପାରିବେ ।

 

Get real time updates directly on you device, subscribe now.