fbpx
BJD SKY
BJD SKY

ଚିତ୍ତ ପଲେଇଙ୍କ ମୃତ୍ୟୁ ମାମଲାରେ ୨ ଗିରଫ, ସନ୍ଧ୍ୟାରେ ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଖବର । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତିଙ୍କ ପରିଚୟ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯିବ । ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ଅପରାହ୍ନ ସାଢ଼େ ୫ଟାରେ ଏନେଇ ପ୍ରେସମିଟରେ ସୂଚନା ଦେବ କ୍ରାଇମବ୍ରାଞ୍ଚ ।

ତେବେ ଗତ ୧୧ ତାରିଖ ଦିନ ରାତି ୯ଟାରେ କିଛି ବ୍ୟକ୍ତି ଚିତ୍ତଙ୍କୁ ଘରୁ ଡାକି ନେବା ପରେ ୧୩ ତାରିଖ ଦିନ ତାଙ୍କର କ୍ଷତବିକ୍ଷତ ଶବ ପୁରୀର ଗଡ଼ମୃଗଶିରା ନିକଟସ୍ଥ ନୂଆନଈରୁ ପୋଲିସ ଜବତ କରିଥିଲା । ଗତ ୧୫ ତାରିଖରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ଡିଜିପି ଅଭୟ । ତେବେ ଆଉ ଜଣେ ଯୁବକ ଚିତ୍ତଙ୍କ ସ୍ଥାନରେ ପୂର୍ବରୁ କାମ କରୁଥିଲେ । ପରେ ଚିତ୍ତଙ୍କ ପତିଆରା ବୃଦ୍ଧି ପାଇବା ପରେ ଉକ୍ତ ଯୁବକ ଜଣଙ୍କ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଚିତ୍ତଙ୍କ ପରିବାର ଅଭିଯୋଗ କରିଥିଲେ । ମାତ୍ର ବର୍ତ୍ତମାନ ଉକ୍ତ ଯୁବକ ଜଣଙ୍କ ଫେରାର ରହିଥିବା ବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ନିଆଯାଇନଥିବା ଚିତ୍ତଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ହାତରେ ହତ୍ୟାକାରୀର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.