fbpx

(ଭିଡିଓ) ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ: ଦ୍ୱିତୀୟ ସ୍ତ୍ରୀଙ୍କୁ ମାଡ଼ମାରି ଖସିପଳାଉଥିଲେ

ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ ଦେଲେ ଶ୍ୱଶୁର ଘରଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଶରସଙ୍ଖ ଅଞ୍ଚଳରେ । ସୁଚନା ଅନୁସାରେ ଖଇରା ଅଞ୍ଚଳର ଭାଷ୍କର ସାହୁ ନାମକ ଜଣେ ଯୁବକ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ଶରସଙ୍ଖ ଅଞ୍ଚଳର ଭଗବାନ କମିଳାଙ୍କ ଝିଅ ସରୋଜିନିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହର କିଛି ମାସ ପରେ ସରୋଜିନିଙ୍କୁ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଇ ଘରୁ ତଡି ଦେଇଥିଲେ ।

୨ମାସ ହେବ ଭାଷ୍କର ତୃତୀୟ ବିବାହ କରିଥିବା ବେଳେ ଆଜି ହଠାତ୍ ସରଶଙ୍ଖ ଆସି ଦ୍ବିତୀୟ ସ୍ତ୍ରୀ ସରୋଜିନୀଙ୍କୁ ଫୋନ କରି ଦେଖା କରିବାକୁ କହିବାରୁ ସରୋଜିନୀ ସ୍ବାମୀଙ୍କୁ ଘରକୁ ଆସିବାକୁ କହିଥିଲେ । ପରେ ରସିକିୟା ସ୍ବମୀ ଜଣକ ସରୋଜିନୀଙ୍କ ବାପ ଘରେ ପହଞ୍ଚିଥିଲେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବିବାହକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ରସିକିୟା ସ୍ବାମୀ ସରୋଜିନୀଙ୍କୁ ମାଡ ମାରି ଖସି ପଳାଇ ଯିବା ସମୟରେ ସ୍ଥାନୀୟ ଲୋକ ଅଟକାଇ ହାତ ଗୋଡ ବାନ୍ଧି ନିର୍ଧୁମ ଛେଛି ବା ସହ ଥାନାକୁ ଖବର କରିଛନ୍ତି । ଖବର ପାଇଁ ସୋରୋ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଭାଷ୍କର ସାହୁକୁ ଅଟକ ରଖିଛି । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.