fbpx

ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ; ଇଡିରେ ହାଜର ହେଲେ ବ୍ୟବସାୟୀ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଆକ୍ସନ ମୋଡରେ ଅଛି ଇଡି । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ସହ ଧୀରେ ଧୀରେ ଆର୍ଚ୍ଚନାର ଗୁମର ଫିଟୁଛି । ତେବେ ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହେଯାଗୀ ଜଗବନ୍ଧୁ ଏବଂ ତାଙ୍କ ବାପାଙ୍କୁ ଜେରା କରିଥିବା ବେଳେ ବର୍ତ୍ତମାନ ଏକ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରିବେ । ଏନେଇ ବ୍ୟବସାୟୀ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି ତନାଘନା ଆରମ୍ଭ କରିଛି । ଫଳରେ ଇଡି ୧୨ ଜଣଙ୍କୁ ହାଜର ହେବା ପାଇଁ ସମନ ଦେଇଛି । ଯେଉଁଥିରେ ଏହି ବ୍ୟବସାୟୀ ମଧ୍ୟ ସାମିଲ ଅଛନ୍ତି । ତେବେ ବ୍ୟବସାୟୀ ଅମୀୟକାନ୍ତ ଦାସ ଜଗବନ୍ଧୁ ଏବଂ ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ୧୦ ଲକ୍ଷ ଟଙ୍କା ପଠାଇଥିଲେ । ସେ ୨୦୨୧-୨୨ ରେ ଏହି ଟଙ୍କା ପଠାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଆଜି ଇଡି ଅଫିସରେ ଏହି ବ୍ୟବସାୟୀ ଜଣଙ୍କ ହାଜର ହୋଇଛନ୍ତି । ଅର୍ଚ୍ଚନାଙ୍କ ସହ ଥିବା ସମ୍ପର୍କକୁ ନେଇ ବ୍ୟବସାୟୀ ଅମୀୟକାନ୍ତଙ୍କୁ ଜେରା କରିପାରେ ଇଡି ।

Get real time updates directly on you device, subscribe now.