fbpx

Court Marriage କ’ଣ ,କିଭଳି କରିବେ ଏବଂ କୋର୍ଟ ମ୍ୟାରେଜ ପାଇଁ କଣ ଡକୁମେଣ୍ଟ ଆବଶ୍ୟକ ଜାଣନ୍ତୁ..

ଭୁବନେଶ୍ୱର: ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କୁ ବିବାହ କରିବାର ଅଧିକାର ରହିଛି ।ହ୍ୟୁମାନ ରାଇଟ ଆକ୍ଟର ଆର୍ଟିକିଲ ୧୬ରେ ବିବାହ ସମସ୍ତଙ୍କ ଅଧିକାର ବୋଲି ଦର୍ଶାଯାଇଛି । ତେଣୁ ବିବାହ କରିବା ପାଇଁ କାହାରି ଅନୁମତିର ଆବଶ୍ୟକ ନାହିଁ  । ଯଦି ଆପଣ ବିବାହ କରିବାକୁ ଚାହାଁନ୍ତି ତେବେ ବୈଦିକ ରୀତି ନୀତିରେ ଆପଣ ବିବାହ କରି ପାରିବେ । ଏହାକୁ ଛାଡି ଦେଲେ ଆପଣ ଆଉ ଏକ ମାଧ୍ୟମରେ ମଧ୍ୟ ବିବାହ କରିପାରେ ଆଉ ସେଇଟା ହେଉଛି କୋର୍ଟ ମ୍ୟାରେଜ । ଆପଣ କୋର୍ଟ ମ୍ୟାରେଜ କଥା ନିହାତି ଭାବରେ ଶୁଣିଥିବେ । ଆଉ କୋର୍ଟ ମ୍ୟାରେଜ କରିବା ପାଇଁ ହେଲେ ଆପଣଙ୍କୁ କିଛିଟା କଥା ଉପରେ ବିଶେଷ ଭାବେରେ ଧ୍ୟାନ ଦେବାକୁ ପଡିବ । ଆସନ୍ତୁ ବିସୃତ ଭାବରେ ଜାଣିବା କୋର୍ଟ ମ୍ୟାରେଜ କିପରି କରିବା । ମୁଖ୍ୟତ କୋର୍ଟ ମ୍ୟାରେଜ କୋର୍ଟରେ ମ୍ୟାରେଜ ଅଫସରଙ୍କ ସମ୍ମୁଖରେ କରାଯାଏ । କୋର୍ଟ ମ୍ୟାରେଜ ସ୍ପେସାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧିନରେ ଆସେ ।

ଏହି ବିବାହ କରିବାକୁ ଚାହୁଁଥିଲେ ଆପଣଙ୍କୁ ବିଶେଷ ଭାବେ ୩ଟି କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ ।
୧- ଯିଏ କୋର୍ଟ ମ୍ୟାରେଜ କରିବାକୁ ଚାହୁଁଛନ୍ତି ସେ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ନଥିବା ଆବଶ୍ୟକ ।ଯଦି ସେ ବିବାହ କରିଛନ୍ତି ତେବେ ସେ ଛାଡପତ୍ର ନେଇଥିବା ନିହାତି ଭାବରେ ଆବଶ୍ୟକ ।
୨- ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ସପେଣ୍ଡା (ସମପଣ୍ଡ) ସମ୍ପର୍କ ରେ ଆପଣ ବିବାହ କରିପାରିବେ ନାହିଁ ।
ଉଦାହରଣ: ବଡବାପାଙ୍କ ପୁଅକୁ ,ମାମୁଁ ପୁଅକୁ , ମାଉସୀ ପୁଅକୁ ଆପଣ ବିବାହ କରିପାରିବେ ନାହିଁ ।
୩-ସବୁ ଧର୍ମର ଲୋକ କୋର୍ଟ ମ୍ୟାରେଜ କରିପାରିବେ । ଏହା ପାଇଁ କୌଣସି ଜାତି କିମ୍ବା ଧର୍ମର ପ୍ରତିବନ୍ଧକ ନଥାଏ ।
୪-ବିବାହ ପାଇଁ ପୁରୁଷଙ୍କୁ ୨୧ ବର୍ଷ ଏବଂ ଝିଅକୁ ୧୮ ବର୍ଷ ହୋଇଥିବା ଆବଶ୍ୟକ ।

କେଉଁମାନେ କରନ୍ତି କୋର୍ଟ ମ୍ୟାରେଜ: ପୂର୍ବ କହିବା ଅନୁସାରେ ଯେଉଁମାନେ ପିତା ମାତାଙ୍କ ସହମତି ବିନା ଆଗରୁ ବିବାହ କରୁଥିଲେ ସେମାନେ କୋର୍ଟ ମ୍ୟାରେଜ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ କୋର୍ଟ ମ୍ୟାରେଜ ବହୁ ଶିକ୍ଷିତ ଲୋକମାନେ କରୁଛନ୍ତି ଯେଉଁମାନେ ମୁଖ୍ୟତଃ ବିବାଧରେ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ତେବେ ଏହି ଲିଷ୍ଟରେ ବହୁ କଳାକାର ଯେପରି ଜନ ଆବ୍ରାହିମ, ଶ୍ରୀଦେବୀ ଆଦି ଅନେକ କଳାକାରଙ୍କ ନାମ ଜଡିତ ଅଛି ।
କୋର୍ଟ ବିବାହ କିପରି କରିବେ : କୋର୍ଟ ମ୍ୟାରେଜ କରିବା ପାଇଁ ସର୍ବ ପ୍ରଥମେ ଜିଲ୍ଳାର ବିବାହ ଅଧିକାରୀଙ୍କୁ ଲିଖିତ ଭାବେ ସୂଚନା ଦେବାକୁ ପଡିଥାଏ ।
ଏହି ସୂଚନା ଦୁଇ ପକ୍ଷ ତରଫରୁ ଲିଖିତ ଭାବେ ଆବେଦନ କରାଯାଏ ।

ଏହା ସହିତ ବିବାହ ତାରିଖର ୧ ମାସ ପୂର୍ବରୁ ଆପଣଙ୍କୁ ସେହି ସହରରେ ୧ମାସ ରହିବାକୁ ପଡିଥାଏ । ଉଦାହରଣ ସ୍ୱରୁପ: ଯଦି ଆପଣ ଭଦ୍ରକ ନିବାସୀ ଅଟନ୍ତି ଆଉ ଆପଣ ଭୁବନେଶ୍ୱରରେ କୋର୍ଟ ମ୍ୟାରେଜ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ(ପୁଅ କିମ୍ବା ଝିଅଙ୍କ ମଧ୍ୟରୁ କେହି ଜଣେ) ବିବାହର ଏକ ମାସ ପୂର୍ବରୁ ଭୁବନେଶ୍ୱରରେ ଆସି ରହିବାକୁ ପଡିବ । ଏହାସହିତ ଆପଣ ସେଠାରେ ରହୁଥିବାର ପ୍ରମାଣ ମଧ୍ୟ ଦେବାକୁ ପଡିବ ।

କଣ ଆବଶ୍ୟକ: ବିବାହ କରିବା ପାଇଁ ଦୁଇ ୨ପକ୍ଷଙ୍କ ସହ ୩ଜଣ ସାକ୍ଷୀ ଉପସ୍ଥିତ ରହିବା ଆବଶ୍ୟକ । ଯେଉଁମାନେ ଆପଣଙ୍କ ମ୍ୟାରେଜ ସାର୍ଟିଫିକେଯରେ ଦସ୍ତଖତ କରିବେ । ଏହା ସହିତ ମ୍ୟାରେଜ ଅଫିସର ମଧ୍ୟ ଏହି ସାର୍ଟିଫିକେଟରେ ଦସ୍ତଖତ କରିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସରିବା ଦ୍ୱାରା କୋର୍ଟ ଦ୍ୱାରା ଏକ ମ୍ୟାରେଜ ସାର୍ଟିଫିକେଟ ଜାରି କରାଯାଏ ।

ସଂକ୍ଷିପ୍ତରେ ଜାଣନ୍ତୁ
ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକ କୋର୍ଟମ୍ୟାରେଜ କରିପାରିବେ ।
ଏହା ପାଇଁ ଆବେଦନ ପତ୍ର ସହିତ ଶୁକ୍ଳ ମଧ୍ୟ ଦେବାକୁ ପଡିଥାଏ ।
ବର କନିଆଙ୍କ ୪ଟି ପାର୍ସଫୋଟ ସାଇଜ ଫଟୋ ଆବଶ୍ୟକ ।
ପରିଚୟ ପତ୍ର ଆବଶ୍ୟକ ।(ଆଧାର,ଡ୍ରାଇଭିଙ୍ଗ ଲାଇସେନ୍ସ)
ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ ।
ଶପଥ ପତ୍ରର ଏକ ଆଫିଡେଭିଟ ମଧ୍ୟ ଦେବାକୁ ପଡିଥାଏ ।
ଏହା ସହିତ ଆପଣ ଯଦି ପୂର୍ବରୁ ବିବାହ କରିଛନ୍ତି କିମ୍ବା ଆପଣଙ୍କ ପୂର୍ବ ସ୍ୱାମୀ,ସ୍ତ୍ରୀ ମୃତ ଅଟନ୍ତି ତେବେ ମୃତ ପ୍ରମାଣ ପତ୍ର ଦେବାକୁ ପଡିଥାଏ ।

ବିବାହ କରିବା ଆଦୌ ପିଲାଳିଆମି ନୁହେଁ ଯଦି ଆପଣ ବାସ୍ତବରେ ଦୁହେଁ ଦୁହିଁଙ୍କ ସହ ଜୀବନ ବିତାଇବା ପାଇଁ ଚାହୁଁଛନ୍ତି ତେବେ ବିବାହ କରୁନ୍ତୁ । କାରଣ ଗୋଟିଏ ଥର କୋର୍ଟ ମ୍ୟାରେଜ କରିବା ଦ୍ୱାରା ଆପଣ ୧ବର୍ଷ ପର୍ଯ୍ୟନ୍ତ ଛାଡପତ୍ର ପାଇଁ ଆବେଦନ କରିପାରିବେ ନାହିଁ । ତେଣୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

Get real time updates directly on you device, subscribe now.