fbpx

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିଷୟରେ ଆସିଛି ନୂଆ ଅପଡେଟ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଆବେଦନ ମାମଲାରେ ଇଡିକୁ ମିଳିଛି ମଞ୍ଜୁରୀ । ଏବେ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ଇଡିକୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅର୍ଡର ଦେଇଛନ୍ତି । ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ୧୩ ତାରିଖରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅର୍ଚ୍ଚନାଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା । କିନ୍ତୁ ୭ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ଜିଲ୍ଲା ଦୌରାଜଜ୍ ।

ସୂଚନା ମୁତାବକ, ଅର୍ଚ୍ଚନାଙ୍କୁ ଆଜି ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ୱର କୋର୍ଟକୁ ଅଣାଯାଇଥିଲା । ଏହାରି ମଧ୍ୟରେ ସେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ । ଅର୍ଚ୍ଚନା କହିଥିଲେ ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି ।’

ଏହା ସହ ଅକ୍ଷୟ ପରିଜାଠାରୁ କିଛି ନେଇନି ବୋଲି ସଫା ସଫା ମନା କରିଥିଲେ ଅର୍ଚ୍ଚନା ନାଗ । କୋର୍ଟରେ ବାହାରୁଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛ ବୋଲି ପଚାରିବାରୁ ସେ ମନା କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ।

ଏହା ସହ ଅର୍ଚ୍ଚନା ପୁଣି କହିଥିଲେ ଯେ, ‘ମୋ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଗଲା । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । ଏହି ମାମଲାର ସିବିଆଇ ତଦନ୍ତ ହେଉ । ତଦନ୍ତ ହେଲେ ହିଁ ସବୁ ସତ ବାହାରକୁ ଆସିବ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । କିଏ ଫସାଇଛି ତାହାର ତଦନ୍ତ ଆପଣମାନେ କରନ୍ତୁ ।’

Get real time updates directly on you device, subscribe now.