fbpx
BSKY
BJD MC SKY
BJD YOUTH SKY

ତୀରନ୍ଦାଜ ବିଶ୍ୱକପ୍ ୨୦୨୩: ଭାରତୀୟ ପୁରୁଷ ଏବଂ ମହିଳା କମ୍ପାଉଣ୍ଡ ଦଳ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ୟାରିସ୍‌ରେ ଆୟୋଜିତ ତୀରନ୍ଦାଜ ବିଶ୍ୱକପ୍ ୨୦୨୩ ଉଭୟ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ ପୁରୁଷ ଏବଂ ମହିଳା କମ୍ପାଉଣ୍ଡ ଦଳ । ଶନିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ଦଳ ଓଜସ ପ୍ରବିନ୍‌, ପ୍ରଥମେଶ ଜବକାର ଏବଂ ଅଭିଶେକ ବର୍ମା ଆମେରିକୀୟ ଟିମ୍‌କୁ ୨୩୬-୨୩୨ ରେ ହରାଇ ଶିର୍ଷରେ ରହିଥିଲେ ।

ସେହିଭଳି ମହିଳା ଟିମ୍ ଆଦିତି ଗୋପିଚାନ୍ଦ, ଜ୍ୟୋତି ସୁରେଖା ଏବଂ ପ୍ରଣତି କୌରଙ୍କୁ ନେଇ ଗଠିତ ଟିମ୍ ୨୩୪-୨୩୩ ବ୍ୟବଧାନରେ ମେକ୍ସିକୋ ଟିମ୍‌କୁ ହରାଇ ସ୍ୱର୍ଣ୍ଣ ଜିତିଥିଲେ ।

ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ୍ ଏହି ପ୍ରତିଯୋଗିତାରେ ୨୧୨୭ ସ୍କୋର୍ କରି କ୍ୱାଲିଫାଇଂ ରାଉଣ୍ଡରେ ଚତୁର୍ଥ ସ୍ଥାନରେ ରହିଥିଲେ । ଏହାପରେ ଭାରତୀୟ ଟିମ୍ ପ୍ରିକ୍ୱାଟର ଫାଇନାଲ ଏବଂ କ୍ୱାଟର ଫାଇନାଲରେ ଇଟାଲୀ ଏବଂ ମେକ୍ସିକୋକୁ ହରାଇଥିଲେ । ଏହାପରେ ଟପ୍ ସିଡ୍ କୋରିଆକୁ ସେମିଫାଇନାଲରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲେ ।

ସେହିଭଳି ମହିଳା ଟିମ୍ ସମ୍ପୁର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦବଦବା ଜାହିର କରି କ୍ୱାଇଲିଫାଇଂ ରାଉଣ୍ଡରେ ୨୧୧୩ ପଏଣ୍ଟ ସ୍କୋର୍ କରିଥିଲେ । କ୍ୱାଟର ଫାଇନାଲ ଏବଂ ସେମିଫାଇନାଲରେ ଏଷ୍ଟୋନିଆ ଏବଂ ଗ୍ରେଟ୍ ବ୍ରିଟେନ୍‌କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।

ଗତ ମାସରେ ସମାନ ମହିଳା ଟିମ୍ ତୀରନ୍ଦାଜ ଜର୍ମାନୀର ବର୍ଲିନଠାରେ ଖେଳାଯାଇଥିବା ବିଶ୍ୱ ଚାମ୍ପିଅନସିପ୍‌ରେ ପ୍ରଥମ ଥର ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିଭଳି ତୀରନ୍ଦାଜ ବିଶ୍ୱଚାମ୍ପିଅନସପ୍‌ରେ ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ସ୍ଵର୍ଣ ଜିତିଥିଲେ ୧୭ ବର୍ଷୀୟ ଆଦିତି ଗୋପିଚାନ୍ଦ ସ୍ୱାମୀ। ସେହିଭଳି ଜ୍ୟୋତି ସୁରେଖା ଭେନମ ସମାନ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ।

Get real time updates directly on you device, subscribe now.