fbpx
BJD
BJD SKY
BJD SKY

(Video) କଲେଜ ଛାତ୍ରୀଙ୍କ ଫଟୋ ଉଠାଇ ମାଡ଼ ଖାଇଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ବ୍ୟକ୍ତି ବସରେ, ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ମହିଳା, ଯୁବତୀଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । ଏଭଳି ହରକତ କରୁଥିବା ସମୟରେ କିଛି ଯୁବକ ଧରାପଡ଼ି ନିର୍ଧୂମ ମାଡ଼ ଖାଉଥିବା ବେଳେ ଆଉ କିଛି ଫେରାର ହୋଇଯାଇଥାନ୍ତି । ଅନେକ ସମୟରେ ଲୋକମାନେ ଏଭଳି ରୋମିୟମାନଙ୍କୁ ଧରି ପୋଲିସର ଜିମା ଦେଇଥିବାର ମଧ୍ୟ ଅନେକ ଉଦାହରଣ ରହିଛି ।

ତେବେ ଏହା ମଧ୍ୟରେ ଅନୁରୂପ ଏକ ଖବର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୋର ଥାନାର ୧୬ ନମ୍ବର ଜାତୀୟ ରାଜପଥର ଉତ୍ତରେଶ୍ୱର ନିକଟରେ ଏକ ଘରୋଇ ବସୟରେ ଜଣେ ଯୁବକ ଛାତ୍ରୀଙ୍କ ଫଟୋ ଉତ୍ତୋଳନ କରୁଥିବା ସମୟରେ ହଟହଟା ହୋଇଛନ୍ତି । ଖଇରା କଇଁଥଗଢ଼ିଆ ଗ୍ରାମର ରଘୁନାଥ ନାୟକ ଆଶିର୍ବାଦ ବସ ଯୋଗେ ବାଲେଶ୍ୱର ଯାଉଥିବା ସମୟରେ ନିଜ ମୋବାଇଲରେ ସେ ଜଣେ କଲେଜ ଛାତ୍ରୀଙ୍କର ଫଟୋ ଉଠାଇଥିଲେ । ଏଥିସହିତ ଛାତ୍ରୀଙ୍କ ନିକଟକୁ ଯାଇ ଅଶ୍ଲୀଳ ଇଙ୍ଗିତ କରିବା ସହିତ ତାଙ୍କର ଦେହକୁ ସ୍ପର୍ଶ କରିଥିଲେ ।

ଛାତ୍ରୀ ଜଣଙ୍କ ଉତ୍ତରେଶ୍ୱର ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ସ୍ଥାନୀୟ ଲୋକେ ଓ ଛାତ୍ରୀଙ୍କ ସମ୍ପର୍କୀୟମାନେ ଯୁବକଙ୍କୁ ଅଟକ ରଖି ଉତ୍ତମ ମଧ୍ୟ ଦେଇଥିଲେ । ତେବେ ବୃଢ଼ା ବୟସରେ ରାସଲୀଳା କରିବା ଉକ୍ତ ଯୁବକଙ୍କୁ ମହଙ୍ଗା ପଡ଼ିଥିଲା । ଛାତ୍ରୀ ଜଣଙ୍କ ଦୁଇ ହାତରେ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିବା ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ପ୍ରବଳ ସେକିଥିଲେ । ପ୍ରବଳ ମାଡ଼ ଖାଇ ଯୁବକ ଜଣଙ୍କ ଘାଇଲା ହେବା ସହିତ ଦୁଃଖରେ କାନ୍ଦି ପକାଇଥିଲେ । ପରେ ଯୁବକ ଜଣଙ୍କ କ୍ଷମାପ୍ରାର୍ଥନା କରିବା ପରେ ଛାଡ଼ ପାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

Get real time updates directly on you device, subscribe now.