fbpx

ବଜାରରେ ମିଳୁଥିବା ସବୁ ପନିର୍ ଅସଲି ନା ନକଲି ? କିପରି କରିବେ ଯାଞ୍ଚ

ଅନେକ ଲୋକଙ୍କ ପ୍ରଥମ ପସନ୍ଦ ପନିର ଥାଏ । ହେଲେ ଆପଣ ଯେଉଁ ପନିର୍ କିଣୁଛନ୍ତି ତାହା ଅସଲି ତ ? କାରଣ ବଜାରରେ ମିଳୁଥିବା ସବୁ ପନିର୍ ଅସଲି ନ ହୋଇପାରେ । ଆପଣ ଭାବୁଥିବେ ପନିର୍ କେମିତି ନକଲି ହୋଇପାରିବ ! କିନ୍ତୁ ଆଜିକାଲି କିଛି ଅସାଧୁ ବ୍ୟବସାୟୀ ସହଜରେ ଟଙ୍କା ରୋଜଗାର ପାଇଁ ଖାଦ୍ୟ ନାଁରେ ଜହର ସପ୍ଲାଏ କରୁଛନ୍ତି । ତେଣୁ ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ ଭଲ ଭାବେ ଏହାର ଯାଞ୍ଚ କରିବା ଉଚିତ୍ ।

ବେଳେବେଳେ ଆମେ ଯାଞ୍ଚ ନ କରି ବଜାରରୁ ପନିର କିଣି ଆଣୁ । ଏହାକୁ ଖାଇବା ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏଥିପାଇଁ ପନିର୍ କିଣିବା ପୂର୍ବରୁ ଏହି ଉପାୟରେ ଅସଲି କିମ୍ବା ନକଲି ଜାଣନ୍ତୁ ।

ବଜାରରୁ ଆସିଥିବା ପନିର୍ ଏକ ପ୍ଲେଟରେ ବାହାର କରନ୍ତୁ । ଏହାପରେ ହାତରେ ଏହି ପନିର ଦବାଇବାକୁ ଚେଷ୍ଟା କରନ୍ତୁ । ଯଦି ପନିର୍ ଭାଙ୍ଗିଯାଏ କିମ୍ବା ଖେଳେଇ ହୋଇଯାଏ ଏହାର ଅର୍ଥ କୌଣସି ଅପମିଶ୍ରିତ ହୋଇନାହିଁ । ଯଦି ପନିର ନ ଭାଙ୍ଗେ ତାହେଲେ ବୁଝିଯାଆନ୍ତୁ ଏହା ଅପମିଶ୍ରିତ । ସେହିପରି ପନିରର ଏକ ଟୁକୁଡା ନେଇ ପାଖାପାଖି 5 ମିନିଟ୍ ଯାଏଁ ଫୁଟାନ୍ତୁ । ଏହାକୁ ପ୍ଲେଟରେ ବାହାର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ଏହା ଉପରେ ଆୟୋଡିନ ଟିଙ୍କଚର କିଛି ବୁନ୍ଦା ପକାନ୍ତୁ । ଯଦି ପନିର ରଙ୍ଗ ସେମିତ ରହେ ତାହେଲେ ଏହା ଭଲ ପନିର୍ । କିନ୍ତୁ ରଙ୍ଗ ନୀଳ ପଡିଲେ ଏହାର ଅର୍ଥ କ୍ଷୀରରେ କିଛି କୃତ୍ରିମ ସାମଗ୍ରୀ ମିଶାଯାଇ ପ୍ରସ୍ତୁତ କରାଯାଇଛି ।

ପନିର ଚିହ୍ନଟ କରିବାର ଅନ୍ୟ ଏକ ଉପାୟ ହେଲା ହରଡ ଡାଲି ସହ ଫୁଟାଇବା । ବଜାରରୁ ପନିର୍ ଆଣି ଗ୍ୟାସ ଉପରେ ଏକ ପାତ୍ରରେ ରଖନ୍ତୁ । ଏଥିରେ ଗୋଟିଏ ଚାମଚ ହରଡ ଡାଲି ମିଶାଇ ୧୦ ମିନିଟ୍ ଯାଏଁ ଫୁଟାନ୍ତୁ । ଯଦି ପନିର ରଙ୍ଗ ହାଲ୍କା ଲାଲ୍ ଦେଖାଯାଉଛି ତାହାର ଅର୍ଥ ଏଥିରେ ଡିଟରଜେଣ୍ଟ କିମ୍ବା ୟୁରିଆ ଥାଇପାରେ । କୌଣସି ଦୋକାନରୁ ପନିର କିଣୁଥିଲେ, ପ୍ରଥମେ ଦୋକାନୀ ଠାରୁ ଏକ ଛୋଟ ପନିର ଟୁକୁଡା ଆଣି ଚାଖନ୍ତୁ । ଯଦି ଏହା ପାଟିକୁ କଠିନ କିମ୍ବା ଖଟା ଲାଗୁଥାଏ, ତାହେଲେ ଏଥିରେ କୃତ୍ରିମ ଉପାଦାନ ରହିଥାଇପାରେ । କାରଣ ପନିର ଭଲ ଥିଲେ କିମ୍ବା କ୍ଷୀରରୁ ପ୍ରସ୍ତୁତ ହୋଇଥିଲେ ଏହାକୁ ପାଟିରେ ଦେଉ ଦେଉ ମିଳେଇ ଯାଏ ।

Get real time updates directly on you device, subscribe now.