fbpx

ଏହି ନମ୍ବରରୁ କଲ୍ ଆସୁଛି କି? ରିସିଭ କଲେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ପାଇଁ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ସାଇବର କ୍ରାଇମ । ଫୋନ୍ କଲ୍, ଏସଏମଏସ କିମ୍ବା ଅନ୍ୟ କୌଣସି ଉପାୟରେ ଲୋକମାନଙ୍କୁ ଲୁଟିବା ପାଇଁ ଯୋଜନା ଜାରି ରହିଛି । ଏବେ ସେହିଭଳି କିଛି ଅଜଣା ନମ୍ବରରୁ ଫୋନ୍ କରି ସାଧାରଣ ଲୋକଙ୍କୁ ଠକିବା ସେମାନଙ୍କର ପ୍ଲାନ ରହିଥାଏ । ତେବେ ଯଦି ଆପଣଙ୍କ ପାଖକୁ ବି ଏମିତି କିଛି ଅଜଣା ନମ୍ବରରୁ ଭିଡିଓ କିମ୍ବା ଫୋନ୍ କଲ୍ ଆସୁଛି, ତେବେ ସାବଧାନ ହୋଇଯାଆନ୍ତୁ । ଏହି ଫୋନ୍ ରିସିଭ କରିବା ମାତ୍ରେ ଆପଣ ଏକ ବଡ଼ ଠକାମୀର ଶିକାର ହୋଇପାରନ୍ତି । ସରକାରଙ୍କ ତରଫରୁ ଏ ନେଇ ସୂଚନା ଜାରି ହୋଇଯାଇଛି ।

ଗତ କିଛି ମାସରୁ ଅନେକ ଲୋକଙ୍କ ହ୍ୱାଟ୍ସଆପକୁ +୮୪, +୬୨, +୬୦ ଆଦି ନମ୍ବରରୁ ଫୋନ୍ କଲ୍ ଆସୁଥିବା ଜଣାଯାଇଛି । ତେବେ ଚିହ୍ନଟ ହୋଇଥିବା ଏହି ନମ୍ବରଗୁଡ଼ିକ ବିଶେଷ କରି ମାଲେସିଆ, କେନିଆ, ଭିଏତନାମା ଏବଂ ଇଥିଓପିଆର ନମ୍ବର ବୋଲି ଜାଣିବାକୁ ମିଳିଛି । ଲୋକମାନଙ୍କୁ ପ୍ରାୟତଃ ଏହି ନମ୍ବରରୁ ଭିଡିଓ କଲ୍ ଆସିବା ସହିତ କିଛି ଅଜଣା ଭାରତୀୟ କୋଡରୁ ମଧ୍ୟ କଲ୍ ଆସିଥାଏ । ତେବେ ଯଦି କୌଣସି ୟୁଜର ଏହାକୁ ରିସିଭ କରନ୍ତି, ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇପାରେ । କିଛି ସମୟ ମଧ୍ୟ ଏହି ନମ୍ବର ବ୍ୟବହାର କରୁଥିବା ସାଇବର ଠକ ଆପଣଙ୍କୁ ଲୁଟି ନେବାରେ ସଫଳ ହୋଇଯିବେ । କାରଣ ସାଇବର ଠକମାନଙ୍କୁ ଏଥିପାଇଁ ମାତ୍ର କିଛି ସେକେଣ୍ଡର ହିଁ ଭିଡିଓ ଆବଶ୍ୟକ ରହିଥାଏ । ଏହାପରେ ଆପଣଙ୍କ ଚେହେରାକୁ ଅଶ୍ଳୀଳ ଭିଡିଓ ସହ ଏଡିଟ କରି ୟୁଜରଙ୍କୁ ବ୍ଲାକମେଲ କରାଯାଏ ଓ ଟଙ୍କା ହଡ଼ପ କରାଯାଏ ।

ସୋସିଆଲ ମିଡିଆରେ ଏହି ଫଟୋ ବା ଭିଡିଓ ଭାଇରାଲ କରି ଦେବାର ଭୟ ଦେଖାଇ ୟୁଜରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେଣୁ ହ୍ୱାଟ୍ସଆପରେ ଅଜଣା ନମ୍ବରଗୁଡ଼ିକରୁ ଆସୁଥିବା କଲ୍ ରିସିଭ କରିବା ପୂର୍ବରୁ ସାବଧାନ ରୁହନ୍ତୁ । ନଚେତ୍ ଆପଣ ମଧ୍ୟ ଏଭଳି ଠକାମୀରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଇପାରନ୍ତି ।

Get real time updates directly on you device, subscribe now.