fbpx

ଘରେ ବହୁତ ମଶା ହେଉଛନ୍ତି କି? ତାହେଲେ ଲଗାନ୍ତୁ ଏହି ଗଛ, ରହିବନି ଡେଙ୍ଗୁ ଓ ମ୍ୟାଲେରିଆର ସଂଙ୍କଟ

ଓଡିଶା ଭାସ୍କର: ଅଧିକାଂଶ ଲୋକ ମଶାଙ୍କ ଠାରୁ ବଞ୍ଚିବା ପାଇଁ ସ୍ପ୍ରେ, କଏଲ, କ୍ରିମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଘରୋଇ ଉପାୟ ଆପଣାଇ ମଧ୍ୟ ମଶାମାନଙ୍କ ଠାରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ ଜାଣିବା କିଭଳି ଘରୋଇ ଉପାୟ ଆପଣାଇ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସଂଙ୍କଟକୁ ଦୂରେଇ ପାରିବା ।

ନିମ ଗଛ: ନିମର ତେଲ ମଶାମାନଙ୍କୁ ଦୂର କରିବାରେ ସାହାଯ୍ୟ କରିବ । ଆପଣ ନିମ ପତ୍ରର ସିଝାଇ ତାହାର ବାମ୍ପରେ ମଶାଙ୍କୁ ଦୂର କରି ପାରିବେ ।

ଜସ୍ମିନ : ଜସ୍ମିନ ଫୁଲର ବାସ୍ନାରେ ମଶା ଦୂରେଇ ଯିବେ । ଆପଣ ଆପଣଙ୍କ ଘରେ ଜସ୍ମିନ ଫୁଲର ଗଛ କିମ୍ବା ଜସ୍ମିନ ଫୁଲର ମାଳା ତିଆରି ଘରେ ଲଗାଇ ପାରିବେ । ଯାହାଦ୍ୱାରା କି ମଶା ଆଉ ଘରକୁ ପ୍ରବେଶ କରି ପାରିବ ନାହିଁ ।

ତୁଳସୀ : ଏହି ପତ୍ରର ବାସ୍ନା ସାହାଯ୍ୟରେ ଆପଣ ମଶା ମାନଙ୍କୁ ଘରୁ ଦୂରେଇ ପାରିବେ । ଆପଣ ତୁଳସୀ ଘଛକୁ ଘରେ ଲଗାଇ ପାରିବେ । ନଚେତ ତୁଳସୀର ପତ୍ରକୁ ସିଝାଇ ସେହି ପତ୍ରକୁ ଆଖ-ପାଖ ଅଞ୍ଚଳରେ ଛିଞ୍ଚି ପାରିବେ ।

ରୋଜମେରୀ : ଏହାର ବାସ୍ନାରେ ମଶାମାନେ ଦୂରେଇ ଯାଆନ୍ତି । ଆପଣ ନିଜ ଘରେ ରୋଜମେରୀର ଗଛ ଲଗାଇ ପାରିବେ । ଏହା ବ୍ୟତୀତ ଏହି ଗଛର ପତ୍ରକୁ ସିଝାଇ ସେହି ପାଣିକୁ ଆଖ-ପାଖ ସ୍ଥାନରେ ଛିଞ୍ଚି ପାରିବେ ।

Get real time updates directly on you device, subscribe now.