fbpx

ଆମେ କୁଆଡେ ଶିକ୍ଷିତ !

କୋରାପୁଟ ବୋରିଗୁମ୍ମା ଅନ୍ତର୍ଗତ ଖୁନ୍ତିଆପଲା ଗାଁର ଏହି ଦୃଶ୍ୟ । ଗରା, ଡେକଚି ଧରି ନଳକୁଅରୁ ପାଣି ନେବାକୁ ଛିଡ଼ା ହୋଇଛନ୍ତି ଗାଁ ର ମା, ଭଉଣୀମାନେ । ଆଗ ପାଣି ନେବାକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଠେଲାପେଲା ହେଉନାହିଁ । ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି । ନିୟମର ଅନୁପାଳନ ପାଇଁ ସେମାନଙ୍କୁ କେହି ନାଲି ଆଖି ଦେଖାଇନାହାନ୍ତି କି ପୁଲିସ ଜଗିକି ବସିନାହାନ୍ତି । ବରଂ ନିଜେ ନିଜେ ସଚେତନ ହୋଇ ନିୟମକୁ ଅକ୍ଷରେ ଅକ୍ଷରେ ମାନୁଛନ୍ତି । ନଳକୂପ ପାଖରେ ୨ ମିଟର ବ୍ୟବଧାନରେ ଗୋଲ୍ ବୁଲାଇ ନିର୍ଦ୍ଦିଷ୍ଟ ଜାଗା ବନାଇଛନ୍ତି । ମୋଟାମୋଟି କହିଲେ, ଶୃଙ୍ଖଳାର ସହ ସାମାଜିକ ଦୂରତ୍ୱ ନିୟମ ପାଳନ କରୁଛନ୍ତି ଏହି ଦୁର୍ଗମ ଆଦିବାସୀ ଇଲାକାର ଅଶିକ୍ଷିତ ମହିଳାମାନେ ।
ଭୁବନେଶ୍ୱର, କଟକ, ଭଦ୍ରକ ଆଦି ସହରର ଦୃଶ୍ୟ ଟିଭିରୁ ସମସ୍ତେ ଦେଖୁଛନ୍ତି । ଦେଖିଲା ବେଳକୁ ମୁଣ୍ଡ ଲଜ୍ଜାରେ ତଳକୁ କରିଦେଉଛି । କରୋନାର ଏପିସେଣ୍ଟର ପାଲଟିଛି ଏହି ଭୁବନେଶ୍ୱର । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକମାନେ ଦୋକାନରେ ଅଯଥା ଭିଡ଼ ନ କରି ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ନିବେଦନ କରିଛନ୍ତି। ଏତେ ସବୁ ପରେ ବି କିଛି ଲୋକ ନା ସଚେତନ ହେଉଛନ୍ତି ନା କଟକଣା ମାନୁଛନ୍ତି ।

Get real time updates directly on you device, subscribe now.