fbpx

ବିଧାୟକଙ୍କ ହାତପାଣ୍ଠି ବନ୍ଦ କରିବାକୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର,୭ା୪(ଓଡ଼ିଶା ଭାସ୍କର): କରୋନା ନେଇ ବିଧାୟକଙ୍କ ହାତପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ ଦେଇଛନ୍ତି ବରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ରାଜ୍ୟ ସରକାରଙ୍କୁ ଏନେଇ ସେ ପ୍ରସ୍ତାବ ଦେଇଛନ୍ତି । ୨ବର୍ଷ ପାଇଁ ହାତ ପାଣ୍ଠି ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବର୍ଷକ ପାଇଁ ୩୦% କମ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସରକାରୀ ଉଦ୍ୟୋଗରେ ଅଧ୍ୟକ୍ଷ ଥିବା ବ୍ୟକ୍ତିଙ୍କ ୩୦% ଦରମା କମ୍ କରିବାକୁ ପ୍ରସ୍ତାବ ଦିଆଯାଇଛି । ବିଧାୟକ ଓ ମନ୍ତ୍ରୀଙ୍କ ଦରମା କଟି ଯେଉଁ ଅର୍ଥ ଆସିବ, ଏଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନାର ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହାସହ କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡ଼ିଶାରେ ମଧ୍ୟ ଅନୁରୂପଭାବେ ଏହା ତୁରନ୍ତ ଲାଗୁ କରାଯାଉ ବୋଳି ସେ କହିଛନ୍ତି ।

Get real time updates directly on you device, subscribe now.