fbpx

ରାଜଧାନୀରେ ୬୮ସ୍ଥାନରେ ବିକ୍ରି ହେବ ପରିବା

ଭୁବନେଶ୍ୱର,୭ା୪(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୬୮ସ୍ଥାନରେ ପନିପରିବା ବିକ୍ରି ହେବ । କୌଣସି ସ୍ଥାନରେ ଏକତ୍ର ବସି ବେପାରିମାନେ ପନିପରିବା ବିକ୍ରି କରିପାରିବେ ନାହିଁ । ୟୁନିଟ-୧, ୟୁନିଟ-୨, ରୁଚିକା ଓ ଡମଣା ମାର୍କେଟକୁ ବିଏମସି ପକ୍ଷରୁ ଭାଗ କରାଯାଇଛି । ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି । କରୋନା ସତର୍କତାକୁ ନେଇ ଏହିପରି ନିଷ୍ପତ୍ତି ନିଆଯାଇଛି ।
କରୋନା ନେଇ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏହାସହ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.