fbpx
BJD SKY
BJD SKY

ରିଲେସନସିପରେ ପାର୍ଟନର ଆପଣଙ୍କୁ କରୁଛନ୍ତି କି ୟୁଜ? ଏହି ସବୁ ଲକ୍ଷଣ ଦେଇଥାଏ ସଙ୍କେତ

BJD

ପ୍ରତ୍ୟେକ ସମ୍ପର୍କରେ ଭରସା, ବିଶ୍ୱାସ ଏବଂ ପ୍ରେମ ରହିବା ଅତ୍ୟନ୍ତ ଆବଶ୍ୟକ । ଏହା ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହୋଇଥାଏ । କିନ୍ତୁ ଯେବେ ସମ୍ପର୍କରେ ସ୍ୱାର୍ଥ ଆସିବା ଆରମ୍ଭ ହୋଇଥାଏ ତେବେ ସମ୍ପର୍କ ଦୁର୍ବଳ ହୋଇଥାଏ । ତେବେ ଯଦି ରିଲେସନସିପରେ ଆପଣଙ୍କୁ ଆପଣଙ୍କ ପାର୍ଟନର ବ୍ୟବହାର କରୁଥାନ୍ତି ତେବେ କେବଳ ନିଜର ଶାରିରୀକ ଏବଂ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣଙ୍କ ସହିତ ସମ୍ପର୍କକୁ ବଜାୟ ରଖିଛନ୍ତି । ସମୟ ଥାଉଥାଉ ଏହି ବାବଦରେ ଆପଣଙ୍କୁ ସତର୍କ ହେବା ଉଚିତ ଏବଂ ଏପରି ସମ୍ପର୍କକୁ ଚିହ୍ନିବା ଉଚିତ । ଆସନ୍ତୁ ଜାଣିବା କେଉଁ ସଙ୍କେତ ଦ୍ୱାରା ଆପଣ ଏପରି ସମ୍ପର୍କକୁ ଜାଣିପାରିବେ ।

– ଯଦି ଆପଣଙ୍କ ପାର୍ଟନର ଅନେକ ସମୟରେ ଆପଣଙ୍କୁ ମହଙ୍ଗା ଉପହାର ମାଗୁଛନ୍ତି କିମ୍ବା ଯାତ୍ରା ସମୟରେ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ କହୁଛନ୍ତି ତେବେ ସେ ଆପଣଙ୍କୁ ବ୍ୟବହାର କରୁଛନ୍ତି । ନିଜର ଜୀବନଶୈଳୀକୁ ବଜାୟ ରଖିବା ପାଇଁ ସେ ଆପଣଙ୍କ ସହିତ ସମ୍ପର୍କରେ ରହି ଆପଣଙ୍କୁ ବ୍ୟବହାର କରୁଛନ୍ତି ।

– ଯଦି ଆପଣଙ୍କୁ ଆପଣଙ୍କ ପାର୍ଟନର କେବଳ କାମ ଥିବା ସମୟରେ ହିଁ ମନେ ପକାଉଛନ୍ତି ଏବଂ ଅନ୍ୟ ସମୟରେ ମ୍ୟସ୍ତତାର ବାହାନା କରି କଥା ହେବାକୁ ମଧ୍ୟ ଏଡ଼ାଇଯାଉଛନ୍ତି ତେବେ ଏହା ମଧ୍ୟ ଏକ ସଙ୍କେତ ଯେ ସେ ଆପଣଙ୍କୁ ବ୍ୟବହାର କରୁଛନ୍ତି ।

– ସମ୍ପର୍କରେ ବୁଝାମଣା ଏବଂ ସହଭାଗୀତା ବେଶ ଆବଶ୍ୟକ । କିନ୍ତୁ ଯଦି ପ୍ରତ୍ୟେକ ଥର କେବଳ ଆପଣ ହିଁ କଥାବାର୍ତ୍ତା ଆରମ୍ଭ କରୁଛନ୍ତି କିମ୍ବା ବାର୍ତ୍ତା ପଠାଉଛନ୍ତି ବା କଲ କରୁଛନ୍ତି ବା ଦେଖା କରିବା ପାଇଁ ନିମନ୍ତ୍ରଣ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ କେବଳ ବ୍ୟବହାର କରୁଛନ୍ତି ।

– ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କର ସବୁଠୁ ଅଧିକ ଆବଶ୍ୟକତା ଥିବା ସମୟରେ ବ୍ୟସ୍ତ ଥିବା ବାହାନା କରି ଆପଣଙ୍କ ଠାରୁ ଦୂରେଇ ରହିବା କିମ୍ବା ଆପଣଙ୍କ ସହିତ କଥା ନହେବା ମଧ୍ୟ ଆପଣଙ୍କୁ ବ୍ୟବହାର କରିବାର ଅନ୍ୟ ଏକ ସଙ୍କେତ । ଏହାର ଅର୍ଥ ଆପଣଙ୍କ ପାଇଁ ତାଙ୍କ ମନରେ ଭଲ ପାଇବା କମ ହେବାରେ ଲାଗିଛି ।

– ସମ୍ପର୍କ କେବଳ ବାହାରକୁ ଯାତ୍ରା କରିବା, ଫିଲ୍ମ ଦେଖିବାକୁ ଯିବା ହୋଇନଥାଏ । ବରଂ ଜଣେ ଅନ୍ୟଜଣଙ୍କ ସହିତ ଭାବନାତ୍ମକ ରୂପରେ ଯୋଡ଼ି ହେବା ହୋଇଥାଏ । ତେବେ ଯଦି ଆପଣ ନିଜ ପାର୍ଟନରଙ୍କ ସହିତ ସେ ସମ୍ପର୍କ ଅନୁଭବ କରୁନାହାନ୍ତି ତେବେ ଆପଣଙ୍କୁ ଆପଣଙ୍କ ସମ୍ପର୍କ ବାବଦରେ ଆଉଥରେ ଭାବିବା ଉଚିତ ।

– ତେବେ ଶେଷରେ ଆପଣ ଆଉଥରେ ନିଜ ପାର୍ଟନରଙ୍କୁ ଏ ବାବାଦରେ ବୁଝାନ୍ତୁ । ତେବେ ଏହାପରେ ମଧ୍ୟ ସବୁ କିଛି ପୂବ; ପରି ରହେ ତେବେ ଆପଣଙ୍କୁ ଅଲଗା ହୋଇଯିବା ଭଲ ।

Get real time updates directly on you device, subscribe now.