fbpx
BJD SKY
BJD SKY

ବଣଭୋଜିରୁ ଫେରିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ: ୧୪ ଯାତ୍ରୀଙ୍କ ମୃତ୍ୟୁ, ୨୭ ଜଣଙ୍କ ଅବସ୍ଥା ଗୁରୁତର

BJD

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଅଧିକାଂଶ ଲୋକ ଏବେ ପିକନିକ୍ ମନାଇବାରେ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ ବିଭିନ୍ନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିସହିତ ୨୭ ଜଣ ଗମ୍ଭୀର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ବଣଭୋଜି ଖାଇ ପାରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ଆସାମରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ରାଜ୍ୟର ଗୋଲାଘାଟ ଜିଲ୍ଲାରେ ଏପରି ଏକ ବଡ଼ ଧରଣର ଅଘଟଣ ଘଟି ୧୪ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହିତ ୨୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଖବର ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଗୋଲାଘାଟରେ ଏପରି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଗୋଲାଘାଟ ଜିଲ୍ଲାର ଦେରଗାଓଁ ନିକଟସ୍ଥ ବାଲିଜନ ଗାଁରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣା ସମୟରେ ବସରେ ୪୫ ଯାତ୍ର୍ରୀ ରହିଥିଲେ । ସକାଳ ୫ଟା ସମୟରେ ମାର୍ଘେରିଟାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହିତ ବସର ଧକ୍କା ହୋଇଥିଲା । ଘଟଣା ପରେ ରେସକ୍ୟୁ ଟିମ୍ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

Get real time updates directly on you device, subscribe now.