fbpx

ଜାନୁଆରୀ ୭ରୁ ଚମକିମ ଏହି ୩ଟି ରାଶିର ଭାଗ୍ୟ, ବ୍ୟାପାରରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧ ଦେବଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର ଏବଂ ସମ୍ବାଦର କାରକ ଭାବେ ବିବେଚିତ କରାଯାଇଛି । କୌଣସି ବ୍ୟକ୍ତିଙ୍କ ରାଶିରେ ବୁଦ୍ଧ ଗ୍ରହର ସ୍ଥିତି ଶକ୍ତିଶାଳୀ ଥିଲେ ବ୍ୟାପାର ଏବଂ କ୍ୟାରିୟରରେ ସଫଳତା ମିଳିଥାଏ । ଜାନୁଆରୀ ୭ରୁ ବୁଦ୍ଧ ଗ୍ରହ ଧନୁ ରାଶିରେ ପ୍ରବେଶ କରିବେ । ବୁଦ୍ଧ ଗ୍ରହ ଯେବେ ବି ରାଶି ପରିବର୍ତ୍ତନ କରିଥାନ୍ତି ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ । କିନ୍ତୁ ୩ଟି ରାଶି ଉପରେ ବୁଦ୍ଧ ଦେବଙ୍କ ବିଶେଷ କୃପା ରହିବ ।

୧. ମିଥୁନ ରାଶି: ମିଥୁନ ରାଶିର ଗ୍ରହ ସ୍ୱାମୀ ହେଉଛନ୍ତି ବୁଦ୍ଧ ଦେବ । ବର୍ତ୍ତମାନ ବୁଦ୍ଧ ଗ୍ରହ ରାଶିର ସପ୍ତମ ଭାବରେ ପ୍ରବେଶ କରିବେ । ଏହି ଗୋଚର ମିଥୁନ ରାଶିର ବ୍ୟକ୍ତି ବିଶେଷ କରି ବିବାହିତଙ୍କ ପାଇଁ ଲାଭଦାୟକ ହେବ । ତେବେ ବିବାହିତ ଲୋକଙ୍କ ପାଇଁ ଏକ ପରାମର୍ଶ କି ସେମାନେ ନିଜ ପାର୍ଟନର ଭାବନାକୁ ଅଣଦେଖା କରନ୍ତୁ ନାହିଁ । ଏହି ସମୟରେ ଅବିବାହିତଙ୍କ ପାଇଁ କୌଣସି ଶୁଭ ଖବର ଆସିପାରେ । ଏହା ବ୍ୟତୀତ ପାର୍ଟନରଶିପରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କେତେକାଂଶରେ ବ୍ୟକ୍ତି କୌଣସି ବାହନ କିମ୍ବା ପ୍ରପର୍ଟି କିଣି ପାରିବେ ।

୨. ଧନୁ ରାଶି: ବୁଦ୍ଧ ଗ୍ରହର ରାଶି ପରିବର୍ତ୍ତନ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିବ କାରଣ ଏହା ରାଶିର ଲଗ୍ନ ଭାବରେ ଗୋଚର କରିବେ । ଏହି ସମୟରେ ବ୍ୟକ୍ତିଙ୍କ ଇଚ୍ଛା ପୂରଣ ହେବା ସହ ଯୋଜନା ଅନୁଯାୟୀ କାର୍ଯ୍ୟରେ ସଫଳତା ହାସଲ କରିବେ । ଏହା ସହ ପୈତୃକ ସମ୍ପତ୍ତିରେ ଲାଭ ମିଳିପାରିବ । ଜୀବନସାଥୀର ଉନ୍ନତି ହେବ । ଏହି ସମୟରେ ପାର୍ଟନରଶିପରେ କାର୍ଯ୍ୟ ଆରମ୍ଭ କରିଲେ ଲାଭର ଯୋଗ ରହିଛି ।

୩. କନ୍ୟା ରାଶି: ବୁଦ୍ଧ ଗ୍ରହ କନ୍ୟା ରାଶିର ଚତୁର୍ଥ ଭାବରେ ଗୋଚର କରିବେ ଯାହା ଅତ୍ୟନ୍ତ ଶୁଭ ଅଟେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ବାହନ,ପ୍ରପର୍ଟି ବା କୌଣସି ବହୁମୂଲ୍ୟ ଜିନିଷ କିଣି ପାରିବେ । ପୈତୃକ ସମ୍ପତ୍ତିରେ ଲାଭ ମିଳିପାରେ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଯଦି ଆପଣ କୌଣସି ମେଡ଼ିକାଲ, ଔଷଧ, ରିୟଲ ଇଷ୍ଟେଟ୍‌, ଜମିଜମା ବା ହୋଟେଲ ଲାଇନ୍ ସହ ଜଡ଼ିତ କିଛି କାର୍ଯ୍ୟ କରୁଛନ୍ତି ତେବେ ଲାଭ ମିଳିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.