fbpx
BSKY SKY
BSKY SKY

OSSC ପକ୍ଷରୁ ଜରୁରୀ ନୋଟିସ୍: ପରିସଂଖ୍ୟାନ ସହାୟକ ପଦ ପାଇଁ ଅନଲାଇନ୍ ଆବେଦନ ତାରିଖ ବଦଳିଲା

BSKY

ନୂଆଦିଲ୍ଲୀ: ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ବିଜ୍ଞାପନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ତେବେ ଏହା ମଧ୍ୟରେ ପରିସଂଖ୍ୟାନ ସହାୟକ ପଦର ଅନଲାଇନ୍ ଆବେଦନ ତାରିଖ ପରିବର୍ତ୍ତନ କରାଯାଇଛି । ଏନେଇ ଓଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଜାନୁଆରୀ ମାସ ୩ ତାରିଖରୁ ଫେବୃଆରୀ ମାସ ୨ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ ନେଇ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଏବେ ଜାନୁଆରୀ ୧୦ରୁ ଫେବୃଆରୀ ୯ ତାରିଖ ମଧ୍ୟରେ ଅନଲାଇନ୍ ରେଜିଷ୍ଟ୍ରେସନ କରାଯିବ । ସେହିପରି ଜାନୁଆରୀ ୧୦ରୁ ଫେବୃଆରୀ ୧୨ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ କରାଯିବ । ଜାନୁଆରୀ ୧୦ରୁ ଫେବୃଆରୀ ୧୪ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରାଯିବ ।

ଏହି ପଦ ପାଇଁ ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବର୍ଷ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିବା ସହ ସେ ଓଡ଼ିଆ ଭାଷା ପଢ଼ିବା, ଲେଖିବା ଓ କହିବା ଭଲ ଭାବେ ଜାଣିଥିବେ । ଏଥିରେ ପ୍ରିଲିମିନାରୀ ଓ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାସ ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ସମ୍ଭାବ୍ୟ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.asp

Get real time updates directly on you device, subscribe now.