fbpx
BJD SKY
BJD SKY

Breaking News: ଜାପାନ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୫୭ ଜଣଙ୍କର ମୃତ୍ୟୁ

BJD

ନୂଆଦିଲ୍ଲୀ: ଜାପାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ ଜଣଙ୍କର ମୃତ୍ୟୁ ଘଟିଥିିବା ସୂଚନା ମିଳିଛି । ତେବେ ଗତକାଲି ପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟା ୮ ଥିବାବେଳେ ଆଜି ବଢ଼ି ୫୭ରେ ପହଞ୍ଚିଛି । ଏହି ଭୂମିକମ୍ପରେ ଅନେକ କୋଠାଘର ଭୁଷୁଡ଼ିଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ନୂଆବର୍ଷ ପ୍ରଥମ ଦିନରେ ଅର୍ଥାତ ସୋମବାର ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଗୋଟିଏ ଦିନରେ ୧୫୫ ଥର ଏଠାରେ ଭୂକମ୍ପ ଅନୂଭୁତ ହୋଇଥିଲା । ତେବେ ଏହି ଭୂକମ୍ପରେ ଅନେକ ଘର ଭୁଷୁଡ଼ି ଥିବା କାରଣରୁ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହେ ବା ବେଳକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଏଥି ସହିତ ସେଠାରେ ଭୂକମ୍ପ କାରଣରୁ ସୁନାମୀ ଆସିଥିବା ମଧ୍ୟ ସୂଚନା ମିଳିଛି । ଏହି ସୁନାମୀ ତରଙ୍ଗରେ ଅନେକ ଘର ଦ୍ୱାର ନଷ୍ଟ ହୋଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.