fbpx
BSKY
BJD SHG SKY
BJD YOUTH SKY

ଆପଣ ଅଧିକ ମାତ୍ରାରେ ଚାହା ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ହୋଇପାରେ ଏହି ସବୁ ସମସ୍ୟା

ଭରତର ଅଧିକାଂଶ ଲୋକ ଚାହା ପିଇବାକୁ ପସନ୍ଦ କରିଥାନ୍ତି । ଚାହା ବିନା କିଛି ଲୋକଙ୍କ ଦିନ ଆରମ୍ଭ ହୋଇ ନଥିବା ବେଳେ କିଛି ଲୋକ ଚାହା ପିଇବା ଦ୍ୱାରା ସେମାନଙ୍କ ମୁଣ୍ଡବିନ୍ଧା ଏବଂ ଥକାପଣ ଦୂର ହୋଇଥାଏ । ତେବେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଗୋଟିଏ ଦିନରେ ଅନେକ ଥର ତାହା ପିଇବାକୁ ପସନ୍ଦ କରିଥାନ୍ତି । ସେହିପରି ବର୍ଷା ଏବଂ ଶିତ ଦିନରେ ଅନେକ ଲୋକେ ୩ରୁ ୪ କପ୍ ଚାହା ପିଇଥାନ୍ତି । ତେବେ ଆପଣ ଯଦି ଦିନକୁ ୩ରୁ ଅଧିକ କପ୍ ଚାହା ପିଉଛନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଧିକ ଥର ଚାହା ପିଇବା ଦ୍ୱାରା ଶରୀରରେ କେଉଁ ସମସ୍ୟା ଦେଖା ଦେଇଥାଏ ।

ଅଧିକ ଚାହା ପିଇବା ଦ୍ୱାରା ହେଉଥିବା ସମସ୍ୟା:

ଆଇରନ୍ ର ଅଭାବ: ଯଦି ଆପଣ ଦିନକୁ ୩ କିମ୍ବା ତା ଠାରୁ ଅଧିକ କପ୍ ଚାହା ପିଉଛନ୍ତି ତେବେ ଚାହା ରେ ଥିବା ଟେନିନ୍ ପଦାର୍ଥ ଶରୀର ଆଇରନର ପରିମାଣକୁ କମ୍ କରିଥାଏ । ଏଥିସହିତ ଯେଉଁମାନେ ଶାକାହାରୀ, ସେମାନଙ୍କ ପାଇଁ ଚା’ର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ମୁଣ୍ଡ ବୁଲାଇବା : ଚା’ରେ କ୍ୟାଫେନ୍‌ର ପରିମାଣ ଅଧିକ ମାତ୍ରାରେ ରହିଥାଏ । ଯାହାକି ଆମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ । ଯେଉଁ କାରଣରୁ ଅନେକ ସମୟରେ ମୁଣ୍ଡ ବୁଲାଇଥାଏ । ତେଣୁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅତ୍ୟଧିକ ଚା ’ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି ।

ହୃଦଘାତ: ଯଦି ଆପଣ ଦିନରେ ୫କପରୁ ଅଧିକ ଚା ପିଅନ୍ତି, ତେବେ ଏସିଡ୍ ରିଫ୍ଲକ୍ସର ସମସ୍ୟା ବଢିଯାଇଥାଏ । ଯେଉଁ କାରଣରୁ ଆପଣଙ୍କ ଛାତିରେ ପୋଡା ଜଳା ହୋଇଥାଏ । ଯାହାକି ପରବର୍ତ୍ତି ସମୟରେ ହୃଦଘାତର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ତେଣୁ ଆପଣ ଯଦି ଦିନକୁ ୫ରୁ ଅଧିକ ଥର ଚାହା ପିଉଛନ୍ତି ତେବେ ଆପଣଙ୍କର ଏହି ଅଭ୍ୟାାସକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ।

ନିଦ୍ରା ଅଭାବ: ଚା ଅନେକ ଲୋକଙ୍କୁ ସତେଜତା ଦେଇଥାଏ । ଯାହା ଦ୍ୱାରା ସେମାନେ ଦିନର ଆବଶ୍ୟକୀୟ କାର୍ୟ୍ୟ ବିନା ଟେନସନରେ କରିପାରନ୍ତି । କିନ୍ତୁ ଯଦି ଆପଣ ନିୟମିତ ବ୍ୟବଧାନରେ କ୍ରମାଗତ ଭାବରେ ଚା ପିଉଛନ୍ତି, ତେବେ ନିଦ୍ରା ହୀନତାର ସମସ୍ୟା ହୋଇପାରେ । ଯାହାକି ପରବର୍ତ୍ତି ସମୟରେ ଅନେକ ସମସ୍ୟାର କାରଣ ହୋଇପାରେ ।

Get real time updates directly on you device, subscribe now.