fbpx

କାନରୁ ବାହାରିଲା ବିଷାକ୍ତ ସାପ! ମହିଳାଙ୍କ କାନ ଭିତରେ ଦେଖାଇଲା ଭୟଙ୍କର ରୂପ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ମଜାଦାର ଲାଗେ ତ ଆଉ କିଛି ଭିଡିଓ ଦେଖିଲେ ଖୁବ ଭୟ ଲାଗିଥାଏ । ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି । ଭିଡିଓଟି ଦେଖିଲେ ଭାରୀ ଅଜବ ଲାଗୁଥିଲେ ବି ଏହାକୁ ଅସମ୍ଭବ ବୋଲି କୁହାଯାଇ ପାରିବନି । ଏମିତି ଏ ଘଟଣା ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରି ଦେବ । ଜଣେ ମହିଳାଙ୍କ କାନରୁ ଏକ ବିଷାକ୍ତ ସାପ ବାହାରିଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି ।

ଜଣେ ମହିଳାଙ୍କ କାନରେ ସାମାନ୍ୟ ଅଜବ ପ୍ରକାର ଅନୁଭବ ହେବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ତେବେ ଡାକ୍ତର ଏହାର ଟେଷ୍ଟ କରିବାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ମହିଳାଙ୍କ କାନରେ ଗୋଟିଏ ସାପ ଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏହାପରେ ଡାକ୍ତର ସାପଟିକୁ ବାହାର କରିବା ପାଇଁ ବ୍ୟବସ୍ଥା କରିଥିଲେ । ମହିଳାଙ୍କ କାନରୁ ଧିରେ ଧିରେ ସାପକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି ଡାକ୍ତର । ଏହି ସମୟରେ ସାପଟି ଏକ ଭୟଙ୍କର ରୂପରେ ଆଁ କରି କାନ ବାହାରକୁ ବାହରିଛି ।

ହଳଦିଆ ରଙ୍ଗର ଏହି ସାପ ଏବଂ ଏହାର ରୂପକୁ ଦେଖି ଖୁବ ଭୟ ଲାଗୁଥିବ । ତେବେ ଥରେ ଚିନ୍ତା କରନ୍ତୁ ଏହି ମହିଳାଙ୍କ ଅବସ୍ଥା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହାକୁ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଏହାସହିତ ହଜାର ହଜାର ଲୋକ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ବି:ଦ୍ର: ଏହି ଭିଡିଓ ଆପଣଙ୍କୁ ବିଚଳିତ କରିପାରେ । କିନ୍ତୁ କେବଳ ସଚେତନତା କରିବା ହିଁ ଆମର ଲକ୍ଷ୍ୟ । କୌଣସି ବ୍ୟକ୍ତିଙ୍କୁ କଷ୍ଟ ଦେବା କିମ୍ବା ଅସୁବିଧାରେ ପକାଇବା ଆମର ଉଦ୍ଦେଶ୍ୟ ନୁହେଁ ।

Get real time updates directly on you device, subscribe now.