fbpx
BJD
BJD SKY
BJD SKY

ରାସନକାର୍ଡରେ ଲିଙ୍କ୍ ହେଲା ଆଧାର, ବାଦ୍ ପଡ଼ିଲେ ୫୦ ଲକ୍ଷ କାର୍ଡ ଧାରକ: ଜାଣନ୍ତୁ କ’ଣ ପୂରା ମାମଲା

BJD

ନୂଆଦିଲ୍ଲୀ: ଦେଶରେ ଏବେ ଆଧାର କାର୍ଡକୁ ସବୁ ପ୍ରକାର ସରକାରୀ ଏବଂ ବେସରକାରୀ ସ୍ଥାନରେ ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନାରେ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ଯେଉଁଥିରେ ସରକାରୀ ସେବାରେ ବଡ଼ମାତ୍ରାରେ ଏଭଳି ଲୋକ ଫାଇଦା ନେଉଛନ୍ତି ଯେଉଁମାନେ ଏହାର ଯୋଗ୍ୟ ନୁହଁନ୍ତି ।

ଆସାମ ସରକାର ରାସନକାର୍ଡକୁ ଆଧାର ସହ ଯୋଡ଼ିବା ବାଧ୍ୟତାମୂଳକ କରିଛନ୍ତି । ଯାହାପରେ ୫୦ ଲକ୍ଷ ରାସନକାର୍ଡଧାରୀ ରାସନ ନେବା ପାଇଁ ଆସିନଥିଲେ କି’ ଏମାନେ ନିଜ ରାସନ କାର୍ଡ ଆଧାର ସହ ଲିଙ୍କ୍ କରାଇଥିଲେ ।

ତେବେ ଏଥିମଧ୍ୟରୁ ଅନେକ ମିଥ୍ୟା କାର୍ଡ ମିଳିଛି । ଯେଉଁମାନେ ଭୁଲ୍ ଭାବରେ ସରକାରୀ ଯୋଜନା ଉଠାଉଥିଲେ । ସେମାନଙ୍କର ଚିହ୍ନଟ କରାଯାଉଛି । ରାଜ୍ୟରେ ମେ ମାସରୁ ଅଗଷ୍ଟ ମଧ୍ୟରେ ଡାଟାବେସରୁ ୪୦ ଲକ୍ଷ ଲାଭାର୍ଥୀଙ୍କ ନାମ ହଟାଇଦିଆଯାଇଛି । ହଟାଯାଇଥିବା ନାମ, ମୃତ ବ୍ୟକ୍ତି, ଅଯୋଗ୍ୟ ବ୍ୟକ୍ତି, ଡୁପ୍ଲିକେଟ୍ ଏବଂ ନକଲି ଲାଭାର୍ଥୀଙ୍କର ରହିଛି ।

Get real time updates directly on you device, subscribe now.