fbpx
BSKY
BJD SHG SKY
BJD MC SKY

ମରଣମୁହଁରୁ ବଞ୍ଚିଲା ବାପାର ଜୀବନ, ଭାଲୁ ସହ ଏକା ଲଢ଼ିଲା ୧୪ ବର୍ଷର ଝିଅ

ନୂଆଦିଲ୍ଲୀ: ବାପାଙ୍କୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଗଲା ଝିଅ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଆହତ ନିଜ ବାପାଙ୍କୁ ବଞ୍ଚାବାକୁ ଯାଇ ଝିଅ ନିଜ ଜୀବନକୁ ବିପଦରେ ପକାଇ ଦେଇଥିଲା।ଜଙ୍ଗଲୀ ଭାଲୁଟି ଚାଷୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିବା ସମୟରେ ତାଙ୍କର ୧୪ ବର୍ଷର ଝିଅ ଭାଲୁ ସହିତ ସଂଘର୍ଷ କରିଥିଲା। ତେବେ ଭାଲୁ ମଣିଷ ଲଢ଼େଇରେ ଶେଷରେ ଭାଲୁ ହାର ମାନି ଜାଗା ଛାଡ଼ି ପଳାଇଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିରୋହିର ରେଭଦର ସହରର ସିଲଦାର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଭାଲୁ ଚାଷୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖି କୁକୁରମାନେ ଜୋରରେ ଭୋକିବାକୁ ଲାଗିଥିଲେ। ଏଭଳି ପରିସ୍ଥିତିରେ, ଚାଷ ଜମିରେ ନିର୍ମିତ ଘରେ ଶୋଇଥିବା ତାଙ୍କର ୧୪ ବର୍ଷର ଝିଅ ଜୋସ୍ନା ଦୌଡ଼ି ବାହାରକୁ ଆସିଥିଲେ। ସେ ନିଜ ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁକୁ ଏକ ବାଡ଼ି ସାହାଯ୍ୟରେ ବାରମ୍ବାର ଆଘାତ କରିଥିଲେ। ସେତେବେଳକୁ ଭାଲୁ ତାଙ୍କ ପିତା କରମା ରାମ ଚୌଧୁରୀଙ୍କୁ ଗୁରୁତର ଭାବେ ଆହତ କରି ସାରିଥିଲା। ଭାଲୁର ଆକ୍ରମଣ ଏତେ ସାଙ୍ଘାତିକ ଥିଲା କି ଚାଷୀଙ୍କ ମୁହଁର ଅଧା ଅଂଶ ଛିଣ୍ଡି ତଳେ ପଡ଼ିଯାଇଥିଲା ।

ଗୁରୁତର ଆହତ ଚାଷୀଙ୍କୁ ଗୁଜରାଟର ମେହସାନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଜୋସ୍ନାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଭାଲୁକୁ ତାଙ୍କ ପିତାଙ୍କ ଉପରେ ଆକ୍ରମଣ କରୁଥିବାର ଦେଖିଲେ, ସେ ସଙ୍ଗେ ସଙ୍ଗେ ଭାଲୁ ସହିତ ସଂଘର୍ଷ କରିଥିଲେ। ତାଙ୍କ ମନରେ କେବଳ ଗୋଟିଏ ଚିନ୍ତା ଥିଲା ଯେ ମୋ ସହିତ ଯାହା ହେଉନା କାହିଁକି, ମୁଁ ମୋ ବାପାଙ୍କ ସହିତ କିଛି ଅଘଟଣ ଘଟିବାକୁ ଦେବି ନାହିଁ | ଜୋସ୍ନା କହିଛନ୍ତି ଯେ, ସେ ନିଦରୁ ଉଠି ଆସିବା ମଧ୍ୟରେ ଭାଲୁ ତାଙ୍କ ବାପାକୁ ଆକ୍ରମଣ ଖଟରୁ ତଳକୁ ପକାଇ ଦେଇଥିଲା। ଏବଂ ତାଙ୍କ ବାପାଙ୍କ ଶରୀରରେ ବାରମ୍ବାର ଆକ୍ରମଣ କରିଚାଲିଥିଲା।

ଏହା ଦେଖି ପ୍ରଥମେ ଭୟରେ ମୋର ପାଦ ଥରି ଉଠିଥିଲା, କିନ୍ତୁ ମୋ ବାପାଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ମୁଁ ଏକ ବାଡି ଉଠାଇ ଭାଲୁ ଉପରେ ଆକ୍ରମଣ କରିଥିଲି। ଭାଲୁକୁ ବାଡ଼ିରେ ମାରିବା ପରେ ଭାଲୁଟି ଅଧିକ ଆକ୍ରାମକ ହୋଇ ଯାଇଥିଲା। ସେ ମୋ ଆଡ଼କୁ ମାଡ଼ି ଆସୁଥିବାର ଦେଖି ମୋ ମା ମଧ୍ୟ ଭାଲୁ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ | ଭାଲୁ ସହ ଲଢ଼ିବା ଛଡ଼ା ତାଙ୍କ ନିକଟରେ ଆଉ କୌଣସି ଉପାୟ ନଥିଲା। ଯଦି ସେ ପଛକୁ ହଟି ଯାଇଥାନ୍ତେ, ତେବେ ଭାଲୁ ତାଙ୍କ ପିତାଙ୍କୁ ମାରି ଦେଇଥାନ୍ତା । ସାତରୁ ଆଠ ମିନିଟ୍ ପର୍ଯ୍ୟନ୍ତ ସେ ଭାଲୁ ସହିତ ଲଢ଼ିବା ପରେ ଭାଲୁ ଶେଷରେ ସେଠାରୁ ଦୌଡ଼ି ପଳାଇଯାଇଥିଲା। ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ସୋସିଆଲ ମିଡିଆରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି | ଗାଁ ସମେତ ସୋସିଆଲ ମିଡିଆର ଅନେକ ୟୁଜର ଜୋସ୍ନାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଲୋକମାନେ ତାଙ୍କୁ ପୁରସ୍କାର ଦେବାକୁ ମଧ୍ୟ ଦାବି କରୁଛନ୍ତି। ତାଙ୍କ ସାହସର କାହାଣୀ ଶୁଣି ସମସ୍ତେ ଏକରକମର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |

Get real time updates directly on you device, subscribe now.