fbpx
BSKY
BJD SHG SKY
BJD MC SKY

ଦେଶରେ ପ୍ରତିବର୍ଷ ୫୦ ହଜାର ପିଲାଙ୍କୁ କ୍ୟାନ୍ସର, ଏମିତି କରନ୍ତୁ ଲକ୍ଷଣ ଚିହ୍ନଟ

ନୂଆଦିଲ୍ଲୀ: ପିଲାଙ୍କୁ କର୍କଟ ରୋଗ ହେବାର ଏକ କାରଣ ହେଉଛି ଏହାର ଲକ୍ଷଣକୁ ନେଇ ସଚେତନତା ବହୁତ୍ କମ୍  । ଅଧିକାଂଶ ଲୋକଙ୍କୁ ଲାଗିଥାଏ ଯେ କ୍ୟାନ୍ସର କେବଳ ବୟସ୍କ ଲୋକଙ୍କୁ ହୋଇଥାଏ । ଯେତେବେଳେକି ଏମିତି ନୁହେଁ । ଦେଶରେ ପ୍ରତିବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାଙ୍କଠାରେ କ୍ୟାନ୍ସରର ପ୍ରାୟ ୫୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥାଏ । ଅବଶ୍ୟ ଯଥାସମୟରେ ଚିକିତ୍ସା କରାଇବାଦ୍ୱାରା କ୍ୟାନ୍ସର ଭଳି ରୋଗକୁ  କାବୁ କରାଯାଇପାରେ । ତେବେ ଆସନ୍ତୁ ଜାଣିବା କ୍ୟାନ୍ସରକୁ ବିଶେଷଜ୍ଞ କ’ଣ କହୁଛନ୍ତି ।

ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର(ଆରଜିସିଆଇଆରସି), ର କ୍ୟାନ୍ସର ବିଶେଷଜ୍ଞ ଡା.ଗୌରୀ କପୂର, ଡା.ସନ୍ଦୀପ ଜୈନ ଏବଂ ଡା.ପାୟଲ ମଲହୋତ୍ରା ପିଲାଙ୍କୁ ହେଉଥିବା କ୍ୟାନ୍ସର ବିଷୟରେ ସୂଚନା ଦେଇଛନ୍ତି । ଡା.ଗୌରୀ କପୂର କହିଛନ୍ତି ଯେ ଦେଶରେ ପ୍ରତିବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାଙ୍କଠାରେ କ୍ୟାନ୍ସରର ପ୍ରାୟ ୫୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥାଏ । ପିଲାଙ୍କଠାରେ ବ୍ଲଡ୍ କ୍ୟାନ୍ସର ସବୁଠୁ ଅଧିକ ହୋଇଥାଏ । ଅବଶ୍ୟ ଯଦି ଜଲଦୀ ଯାଞ୍ଚ ହୋଇଥାଏ େତେବେ ଏହାକୁ ଠିକ୍ କରାଯାଇପାରେ । ସେହିପରି ଯଦି ପିଲାଙ୍କଠାରେ ଉତ୍ତମ ଜୀବନଶୈଳୀ ରହେ ତେବେ ଅନେକ ପ୍ରକାରର କ୍ୟାନ୍ସରରୁ ବଞ୍ଚିପାରିବେ ।

ଏହି ସବୁକୁ ନେଇ ରଖନ୍ତୁ ଧ୍ୟାନ:

ପିଲାଙ୍କୁ ସ୍ୱାସ୍ଥ୍ୟକର ଭୋଜନ କରାନ୍ତୁ । ଜଙ୍କ୍ ଫୁଡ୍ ଆଦି ଖାଇବାକୁ ବାରଣ କରନ୍ତୁ । ସବୁଜ ପନିପରିବା ଖାଇବାକୁ ଅଭ୍ୟାସ କରାନ୍ତୁ । ଡା ଗୌରୀ କହିଛନ୍ତି ଯେ ଦେଶରେ ଡାକ୍ତର କ୍ୟାନ୍ସର ପୀଡିତା କେବଳ ୩୦ ପ୍ରତିଶତ ପିଲାଙ୍କୁ ବଞ୍ଚାଇପାରୁଛନ୍ତି । କ୍ୟାନ୍ସର ସହ ଲଢ଼ୁଥିବା ପିଲାଙ୍କ ଜୀବିତ ବଞ୍ଚାଇବା ପାଇଁ ଗତ କିଛି ବର୍ଷ ମଧ୍ୟରେ ବେଶ୍ ସୁଧାର କରାଯାଇଛି । ଏବଂ ଆଜିବି ପିଲାଙ୍କଠାରେ କ୍ୟାନ୍ସରର ପ୍ରାୟ ୭୦ ପ୍ରତିଶତ ମାମଲାରେ ଚିକିତ୍ସା ହୋଇପାରେ ।

ସେହିପରି (ଆରଜିସିଆଇଆରସି) ର କ୍ୟାନ୍ସର ବିଶେଷଜ୍ଞ ଡା.ଗୌରୀ କପୂର, ଡା.ସନ୍ଦୀପ ଜୈନ କହିଛନ୍ତି ଯେ କ୍ୟାନ୍ସରର ଲକ୍ଷଣ ସାମାନ୍ୟ ରୋଗ ଭଳି ହୋଇଥାଏ । ଯାହାର ସହଜରେ ଚିହ୍ନଟ କରାଯାଇପାରେ ।

ଡା.ପାୟଲ ମଲହୋତ୍ରା କହିଛନ୍ତି ଯେ ପିଲାଙ୍କଠାରେ ଏବଂ ବଡ଼ମାନଙ୍କ ଠାରେ ହେଉଥିବା କ୍ୟାନ୍ସର ଏକାଭଳି ନୁହଁନ୍ତି । ପିଲାଙ୍କୁ ହେଉଥିବା କ୍ୟାନ୍ସର ବହୁତ ଦୁର୍ଲଭ, କିନ୍ତୁ ଏହାର ସଙ୍କେତକୁ ବୁଝିବା ଦରକାର । ଏହାର ସମୟରେ ଯାଞ୍ଚ ହେବା ଦରକାର  ।

ଏହାହୋଇପାରେ ଲକ୍ଷଣ:

ହିମୋଗ୍ଲୋବିନ୍ ସ୍ତର କମିବା । ପ୍ଲେଟଲେଟ୍ ମାତ୍ରା କମ୍ ହେବା । ବାରମ୍ବାର ବିନା କାରଣରେ ଜ୍ୱର ହେବା, ଅଳସୁଆ ଲାଗିବା, ରକ୍ତସ୍ରାବ । ହାଡ଼ ଦରଜ ହେବା ଏବଂ ବେକରେ ଯନ୍ତ୍ରଣା ହେବା ଇତ୍ୟାଦି ହୋଇପାରେ ।

ସେପ୍ଟେମ୍ବର ମାସକୁ ଚାଇଲ୍ଡହୁଡ୍ କ୍ୟାନ୍ସର ଆୱାରନେସ୍ ମାସ ଭାବରେ ପାଳନ କରାଯାଏ । ଏହି ଅବସରରେ ପିଲାଙ୍କଠାରେ କ୍ୟାନ୍ସର ବିଷୟରେ ସଚେତନତା କରାଯାଇଥାଏ ।

 

Get real time updates directly on you device, subscribe now.