fbpx
BSKY SKY
BSKY SKY

5G ବ୍ୟବହାର କରିବେ ତ… ୟୁଜର୍ସଙ୍କୁ AIRTELର ଖାସ ମେସେଜ! ଏହି ଦିନ ଆରମ୍ଭ ହେବ ସର୍ଭିସ

BSKY

ନୂଆଦିଲ୍ଲୀ: 5G ସେବାକୁ ନେଇ ଲଗାତାର ଚର୍ଚ୍ଚା ଜାରି ରହିଛି । ଭାରତରେ କେବେ ଗ୍ରାହକମାନେ 5G ଇଣ୍ଟରନେଟ ପାଇବେ, ତାହାକୁ ଅପେକ୍ଷା କରିଛନ୍ତି । ତେବେ ଏ ନେଇ ଧିରେ ଧିରେ ପ୍ରସ୍ତୁତି ଶେଷ ଆଡକୁ ଯାଉଛି । Jio, Airtel ଏବଂ VI ଏହାକୁ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ଲାଗି ପଡିଛନ୍ତି । ତେବେ ଏହାମଧ୍ୟରେ ଏୟାରଟେଲ ନିଜ ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହାସହିତ କମ୍ପାନୀର 5G ଲଞ୍ଚ ଡେଟ୍ ମଧ୍ୟ ଘୋଷଣା କରିଛି ।

ଏୟାରଟେଲର ସିଇଓ ଗୋପାଳ ବିତ୍ଥଲ ଏ ନେଇ ଘୋଷଣା କରିଛନ୍ତି । ଚଳିତ ମାସ(ସେପ୍ଟେମ୍ବର)ରେ ଏୟାରଟେଲର ୫ଜି ସେବା ଦେଶରେ ଉପଲବ୍ଧ ହୋଇପାରେ । ଦେଶର କିଛି ପ୍ରମୁଖ ମେଟ୍ରୋ ସହରରେ ଡିସେମ୍ବର ସୁଦ୍ଧା ସେବା ପହଞ୍ଚିପାରିବ ବୋଲି କହିଛନ୍ତି ଏୟାରଟେଲ ସିଇଓ । ତେବେ ୨୦୨୩ ଶେଷ ମଧ୍ୟରେ ଭାରତର ସମସ୍ତ ସହରାଞ୍ଚଳରେ 5G ସେବା ଜାରି ହୋଇପାରିବ ବୋଲି ଯୋଜନା ରହିଛି ।

ଏହାସହିତ ସେ ଗ୍ରାହକଙ୍କୁ ଏକ ଅନୁରୋଧ ମଧ୍ୟ କରିଛନ୍ତି । ଯଦି 5G ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଗ୍ରାହକମାନଙ୍କ ପାଖରେ 5G ସପୋର୍ଟ କରୁଥିବା ସ୍ମାର୍ଟଫୋନ ରହିବା ନିହାତି ଆବଶ୍ୟକ । ତେବେ ଏଥିପାଇଁ ନୂଆ ସିମକାର୍ଡର ଆବଶ୍ୟକ ପଡିବ ନାହିଁ । ଏହାଦ୍ୱାରା ସମସ୍ତ 5G ଫୋନ ସର୍ଭିସକୁ ସପୋର୍ଟ କରିବ ।

Get real time updates directly on you device, subscribe now.