fbpx

ଆପଣ ଜୀବନରେ ଏକୁଟିଆ ରହୁଛନ୍ତି କି ? ହୋଇଯାଇନ୍ତୁ ସାବଧାନ, ରିସର୍ଚ୍ଚରୁ ଆସିଲା କିଛି ଏପରି ତଥ୍ୟ…

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଲୋକ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଖୁସି ରହିଥାନ୍ତି । ନିଜ ଜୀବନକୁ ଉପଭୋଗ କରିବା ସହ ପରିବାର ବନ୍ଧୁ ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିଥାନ୍ତି । କିନ୍ତୁ ଏହି ଦୁନିଆରେ ଆହୁରୀ କିଛି ଲୋକ ଅଛନ୍ତି ଯେ ଯେଉଁମାନେ ଲୋକଙ୍କ ସହ ମିଶନ୍ତି ସତ କିନ୍ତୁ ସେମାନେ ଏକା ରହିବାକୁ ଇଚ୍ଛା କରିଥାନ୍ତି । ଯାହାକି ମଣିଷ ପ୍ରକୃତିର ବିପରିତ ଦିଗ । କିନ୍ତୁ ଆପଣ ଜାଣିଛନ୍ତି କି ଜୀବନରେ ଏକା ରହିବା ଦ୍ୱାରା ଏହା ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହାକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଏହା ଜଣା ପଡିଛି ଯେ ଏକା ରହୁଥିବା ବ୍ୟକ୍ତିମନେ ବିଭିନ୍ନ ରୋଗର ଶିକାର ହେବା ସହିତ ସେମାନେ ବୟସ ଠାରୁ ଶୀଘ୍ର ବୁଢା ହୋଇଥାନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ତଥ୍ୟକୁ ନେଇ କଣ କହୁଛି ରିସର୍ଚ୍ଚ ।

କଣ କହୁଛି ରିସର୍ଚ୍ଚ: ବୈଜ୍ଞାନିକମାନଙ୍କ ମତରେ ମଣିଷର ଏକାନ୍ତ ଅର୍ଥାତ ଏକୁଟିଆଣ ତାଙ୍କ ଜୀବନର ଏକ ବର୍ଷ ଏବଂ ୮ ମାସ ଅର୍ଥାତ୍ ପାଖାପାଖି ୨ ବର୍ଷ ବୟସ ବଢାଇ ଦେଇଥାଏ । ଯାହାଫଳରେ ବ୍ୟକ୍ତି ବାର୍ଦ୍ଧକ୍ୟ ପୁର୍ବରୁ ହିଁ ବୁଢା ହୋଇଯାଇଥାଏ । ତେବେ ଏହି ରିସର୍ଚ୍ଚରେ ଆହୁରୀ ମଧ୍ୟ ଜଣା ପଡିଛି ଯେ ଏକୁଟିଆ ରହୁଥିବା ବ୍ୟକ୍ତିମାନେ ମଧୁମେୟ, ହୃଦଘାତ, ଚିନ୍ତା ଅବସାଦ ପରି ଅନେକ ରୋଗର ଶିକାର ହୋଇଥାନ୍ତି । ସେହିପରି ଧୁମ୍ରପାନ କରୁଥିବା ବ୍ୟକ୍ତିମାନଙ୍କ ବୟସ ୧ ବର୍ଷ ୩ ମାସ ପର୍ଯ୍ୟନ୍ତ ବଢିଯାଇଥାଏ । ତେବେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ବ୍ୟସ ଏଥି ପାଇଁ ବଢିଥାଏ କାରଣ ଏକାଲାପଣ ମଣିଷର ଶାରିକି ଏବଂ ମାନସିକ ସ୍ତରରୁ କ୍ଷତି କରାଇଥାଏ ।

ତେବେ ରିସର୍ଚ୍ଚ ଅନୁଯାୟୀ ଭାରତର ପାଖାପାଖି ୫୦ ଲକ୍ଷ ଲୋକ ଅର୍ଥାତ୍ ମୋଟ ଜନସଂଖ୍ୟାର ୩୩ % ଏହି ଏକାନ୍ତ ବା ଏକୁଟିଆପଣର ଶିକାର ହୋଇଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏକୁଟିଆପଣ ମଣିଷକୁ ଭିତରୁ ଦୁର୍ବଳ କରିଦେଇଥାଏ । ଏଥିସହିତ ଏହା ବାୟୋସିଜିକାଲ କ୍ଲକକୁ ଖରାପ କରିଦେଇଥାଏ । ଯାହାଫଳରେ ଶରୀରରେ ଅଲଜାଇମର୍ , ଡାଇବେଟିସ୍ , ହାର୍ଟଆଟାକ୍ ପରି ସମସୟା ଦେଖାଦେଇଥାଏ ।

ଏତତ୍ ବ୍ୟତୀତ ଜର୍ଜ ୱାସିଙ୍ଗଟନ ୟୁନିର୍ଭସିଟିର ପ୍ରଫେସର ଲୋରି ଥିକେ କହିଛନ୍ତି ଯେ,୨୦୦୨ମସିହା ମେ ମାସରୁ ଏହକୁ ନେଇ ରିସର୍ଚ୍ଚ ଜାରୀ ରହିଛି ଯେଉଁଥିରେ ଏକାପଣ ମଣିଷର ବୟସକୁ କମ୍ କରିଥାଏ ଅର୍ଥାତ ପ୍ରକୃତ ବୟସଠାରୁ ଅଧିକ କରାଇଥାଏ । ତେବେ ଏହି ଏକାପଣର ଶିକାର ଥିବା ବ୍ୟକ୍ତିମାନଙ୍କ ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଥାଏ ।

 

Get real time updates directly on you device, subscribe now.