fbpx

ଆପଣ ଅସଲି ନୁହେଁ ନକଲି ଡାଲି କିଣି ଖାଉନାହାନ୍ତି ତ! ଏପରି କରନ୍ତୁ ଚିହ୍ନଟ

ଓଡ଼ିଶା ଭାସ୍କର:ଡାଲି ଆମ ଖାଦ୍ୟପେୟର ପ୍ରମୁଖ ଅଂଶ ହୋଇଥାଏ । ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦିନରେ ଅତି କମ୍‌ରେ ଥରେ ଡାଲି ଖାଇଥାଉ । ଡାଲିରେ ଥିବା ପ୍ରୋଟିନ, ଫାଇବର, ଆଇରନ୍ ଓ ଭିଟାମିନ୍ ସି’ ପରି ପୋଷକତତ୍ତ୍ୱ ଶରୀରରେ ଦୂର୍ବଳତା ଦୂର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରିଥାଏ ।

ପ୍ରାୟ ଲୋକଙ୍କ ଘରେ ହରଡ ଡାଲି ପ୍ରସ୍ତୁତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେଉଁ ଡାଲି ଆପଣ ଖାଉଛନ୍ତି ତାହା ଅସଲି କି ନକଲି । ଯଦି ଆପଣ ବଜାରକୁ ଡାଲି କିଣିବାକୁ ଯାଉଛନ୍ତି ତେବେ ସର୍ବପ୍ରଥମେ ଏହାର ଆକାର ଚେକ୍ କରନ୍ତୁ । ଯଦି ଡାଲି ଆକାର ବଡ ଓ ଚେପଟା ରହିଛି ତେବେ ଜାଣି ନିଅନ୍ତୁୁ ଏହା ହରଡ ଡାଲି ନୁହେଁ । ପ୍ରକୃତ ହରଡ ଡାଲି ଦାନା ଛୋଟ ହୋଇଥାଏ । ତେଣୁ ଏହି ବଡ ଆକାରର ଡାଲି ହରଡ ନୁହେଁ ଖେସାରୀ ଡାଲି ହୋଇଥାଏ । ଏହି ଖେସାରୀ ଡାଲିରେ ନ୍ୟୁରୋଟକ୍ସିନ୍ ଓ କିଛି ବିଷାକ୍ତ ଏସିଡ୍ ରହିଛି ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଏହା ବ୍ୟତିତ ବଜାରରେ ଅସଲି ଡାଲି ସହିତ ପ୍ଲାଷ୍ଟିକ୍ ଦାନା ବି ମିକ୍ସ କରାଯାଉଛି । ଗତ କିଛି ବର୍ଷ ମଧ୍ୟରେ ଏପରି ବହୁ ମାମଲା ସାମ୍ନାକୁ ଆସିଛି । ତେବେ ଆପଣଙ୍କ ଡାଲିରେ ପ୍ଲାଷ୍ଟିକ୍ ମିଶିଛି କି ନା ଜାଣିବା ପାଇଁ ଏକ ପାତ୍ରରେ କିଛି ପାଣି ନେଇ ସେଥିରେ ଏକ ମୁଠା ଡାଲି ପକାଇ ଦିଅନ୍ତୁ । ଦେଖିବେ ସେଥିରେ ପ୍ଲାଷ୍ଟିକ୍ ଦାନାବାଲା ଡାଲି ଥିଲେ ତାହା ଉପରକୁ ଭାସିବ ଓ ଅସଲ ଡାଲି ତଳେ ବସିଯିବ । ସେହିପରି ଯଦି ଦେଖିବେ ଆପଣଙ୍କ ଡାଲିରୁ ରଙ୍ଗ ଛାଡୁଛି ତେବେ ଜାଣିବେ ସେଥିରେ କୃତ୍ରିମ ରଙ୍ଗ ଦିଆଯାଇଛି ।

Get real time updates directly on you device, subscribe now.