fbpx

ଦିଲ୍ଲୀରେ ସିଲ୍ ହେଲା ‘ଆପ୍’ କାର୍ଯ୍ୟାଳୟ, ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିବୁ: ଅତିଶି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି(ଆପ୍) କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦଳର ବରିଷ୍ଠ ନେତା ଅତିଶି ମରଲେନା(Atishi Marlena) । ଲୋକସଭା ନିର୍ବାଚନ ସମୟରେ ଏକ ଜାତୀୟ ଦଳ କାର୍ଯ୍ୟାଳୟ କିପରି ସିଲ୍ କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଅତିଶି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଲୋକସଭା ନିର୍ବାଚନ ସମୟରେ ଏକ ଜାତୀୟ ପାର୍ଟି କାର୍ଯ୍ୟାଳୟ କିପରି ସିଲ୍ କରାଯାଇପାରିବ ? ଏହା ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ‘ସମାନ ସୁଯୋଗ’ ବିରୋଧୀ ଅଟେ । ଏହା ବିରୋଧରେ ଅଭିଯୋଗ କରିବା ପାଇଁ ଆମେ ନିର୍ବାଚନ ଆୟୋଗଙ୍କ ଠାରୁ ସମୟ ଚାହୁଁଛୁ ।’ ‘ଆପ୍’ର ଅନ୍ୟ ଜଣେ ବରିଷ୍ଠ ନେତା ସୌରଭ ଭରଦ୍ୱାଜ୍ କହିଛନ୍ତି, ‘କେନ୍ଦ୍ର ସରକାର ଦ୍ୱାରା ଆକଚାର ସଂହିତା ଲାଗୁ ହେବା ସତ୍ତ୍ୱେ ‘ଆପ’ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ପ୍ରବେଶ ଦ୍ୱାର ବନ୍ଦ କରିଦିଆଯାଇଛି । ଏଥିପାଇଁ ଆମେ ନିର୍ବାଚନ ଆୟୋଗ ଯିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ଅୟୋଗକୁ ଏକ ନିରପେକ୍ଷ ସଂସ୍ଥା ଭାବେ କାର୍ଯ୍ୟ କରିବା ଉଚିତ ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।’

Get real time updates directly on you device, subscribe now.