fbpx

ଗ୍ରୀଡକୋ ପକ୍ଷରୁ ବିଜ୍ଞପ୍ତି: ଅନେକ ପଦ ପୂରଣ ହେବ, ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀଡକୋ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଜେନେରାଲ ମ୍ୟାନେଜର (ଟେକ୍ନିକାଲ), ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (ପ୍ରୋଜେକ୍ଟ ଆଣ୍ଡ ପ୍ଲାନିଂ), ଡେପୁଟି ମ୍ୟାନେଜର (ପ୍ରୋଜେକ୍ଟ ଆଣ୍ଡ ପ୍ଲାନିଂ) ଓ ଡେପୁଟି ମ୍ୟାନେଜର (ଟେକ୍ନିକାଲ) ଆଦି ପଦ ଇଲେକ୍ଟ୍ରିକାଲ ବିଭାଗରେ ପୂରଣ ହେବ ।

ଏହି ସମସ୍ତ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ / ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବେ । ସେହିପରି ଫାଇନାନ୍ସ ବିଭାଗରେ ଜେନେରାଲ ମ୍ୟାନେଜର (କମର୍ସିଆଲ), ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (କମର୍ସିଆଲ), ଡେପୁଟି ମ୍ୟାନେଜର (ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ), ଡେପୁଟି ମ୍ୟାନେଜର (କମର୍ସିଆଲ) ପଦ ଖାଲି ରହିଛି । ଏହି ସମସ୍ତ ପଦ ପାଇଁ ପ୍ରାର୍ଥୀ ଡିଗ୍ରୀ ସହିତ ଆଇସିଏଆଇର ଫାଇନାଲ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ । ଏହି ସମସ୍ତ ପଦ ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଆଶାୟୀମାନେ ସବିଶେଷ ତଥ୍ୟ ପାଇ ପାରିବେ । ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ଏପ୍ରିଲ ମାସ ୮ ତାରିଖ ରହିଛି ।

ବିଜ୍ଞପ୍ତି ଲିଙ୍କ: https://repo.optcl.co.in/docs/dd212815fde00e5fc5f01376a50eb7ed_Advt%20for%20recruitment%20on%20Contractual%20deputation%20basis(1).pdf

ଅନଲାଇନ୍ ଆବେଦନ ଲିଙ୍କ: http://recruitment.gridco.co.in/

Get real time updates directly on you device, subscribe now.