fbpx

ଆପଣଙ୍କୁ Asthma ହୋଇନାହିଁ ତ ? ଏହି ସଂକେତକୁ କରନ୍ତୁ ନାହିଁ ଅଣଦେଖା, ସ୍ୱାସ୍ଥ୍ୟ ପାଇଁ ସାଜିପାରେ ବିପଦ

ଓଡ଼ିଶା ଭାସ୍କର: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟ ପେୟ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟି ଥାଏ । ଜଳବାୟୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ଏଥିପାଇଁ ଅନେକାଂଶରେ ଦାୟି ଅଟେ । ଏଥିମଧ୍ୟରେ ଦିନକୁ ଦିନ ଆସ୍ଥମା ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଆସ୍ଥମାରେ ପୀଡ଼ିତ ବ୍ୟକ୍ତିଙ୍କ ଶ୍ୱାସ ନଳି ଫୁଲି ଯାଇଥାଏ ଯଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ସମସ୍ୟା ଦେଖାଦେଇଥାଏ । ଏହା ହୃଦୟ ଏବଂ ଫୁସଫୁସର ସ୍ୱାସ୍ଥ୍ୟ ପାଇଁ ବିପଦ ସାଜିପାରେ । ତେବେ ଆସ୍ଥମାର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ସଠିକ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଆସ୍ଥମାର କିଛି ପ୍ରାରମ୍ଭିକ ଲକ୍ଷଣ ବିଷୟରେ ।

୧. କାଶ ହେବା: ବର୍ଷା ଦିନେ କିମ୍ବା ଜଳବାୟୁ ପରିବର୍ତ୍ତନ ସମୟରେ ଥଣ୍ଡା, କାଶ, ଜ୍ୱର ହେବା ସ୍ୱାଭାବିକ କଥା । କିନ୍ତି ଏହା ବ୍ୟତୀତ ଅନ୍ୟ ସମୟରେ ବାରମ୍ବାର କାଶ ହେବା ଆସ୍ଥମାର ସଂକେତ ହୋଇପାରେ । ବିଶେଷ କରି ହସିବା କିମ୍ବା ଶୋଇବା ପରେ କାଶ ବଢ଼ିଥାଏ । ଏହି କାଶ ଗଳାରୁ ନୁହେଁ ବରଂ ଛାତିରୁ ଆସିଥାଏ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।

୨. ନିଶ୍ୱାସ ପ୍ରଶ୍ୱାସ ସମୟରେ ଅସୁବିଧା ଅନୁଭବ କରିବା: ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ(ସିଟି ଭଳି କିଛି ଆୱାଜ୍ ଆସୁଥିଲେ) ଅସୁବିଧା ଅନୁଭବ କରୁଥିଲେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ବେଳେ ବ୍ୟକ୍ତି ଦୀର୍ଘ ଶ୍ୱାସ ନେଇଥାଏ ।

୩. ଛାତିରେ ଯନ୍ତ୍ରଣା: ଛାତି ଯନ୍ତ୍ରଣା ସବୁବେଳେ ହୃଦରୋଗ କାରଣରୁ ହୋଇନଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଆସ୍ଥମା ଆଟାକ୍ କାରଣରୁ ବ୍ୟକ୍ତିକୁ ଛାତିରେ ଭାରିପଣ ଅନୁଭବ ହେବା, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଇତ୍ୟାଦି ଦେଖାଯାଇଥାଏ ।

୪. ଥକାପଣ ଅନୁଭବ ହେବା: ଆସ୍ଥମା ଆଟାକ୍ ହେବାର ସେମିତି କିଛି ନିର୍ଦ୍ଦିଷ୍ଟ ବୟସ ନାହିଁ । ତଥାପି ୪୦ରୁ ୫୦ ବର୍ଷ ବୟସ୍କଙ୍କ ମଧ୍ୟରେ ଅଧିକ ଦେଖାଦେଇଥାଏ । ଅଧିକାଂଶ କ୍ଷେତ୍ରରେ ଆଲର୍ଜି କିମ୍ବା ଥଣ୍ଡା ସର୍ଦ୍ଦି ହୋଇଥିଲେ ଆସ୍ଥମା ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.