fbpx
BJD SKY
BJD SKY

Energy Drink ସେବନ କରୁଛନ୍ତି କି ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ କ୍ଷତିକାରକ…

BJD

ଓଡ଼ିଶା ଭାସ୍କର: ଆଜିକାଲି ଯୁବପୀଢ଼ୀଙ୍କ ମଧ୍ୟରେ ଏନର୍ଜୀ ଡ୍ରିଙ୍କ୍‌ସର କ୍ରେଜ୍ ଦେଖିବାକୁ ମିଳୁଛି । ମାର୍କେଟରେ ଧିରେ ଧିରେ କୋଲ୍ଡ ଡ୍ରିଙ୍କ୍‌ସ ପରିବର୍ତ୍ତେ ଏନର୍ଜୀ ଡ୍ରିଙ୍କ୍‌ର ଚାହିଦା ବୃଦ୍ଧି ପାଇବାକୁ ଲାଗିଲାଣି । ମାର୍କେଟରେ ଉପଲବ୍ଧ ହେଉଥିବା କିଛି ଏନର୍ଜୀ ଡ୍ରିଙ୍କ୍‌ସକୁ ଛାଡ଼ିଦେଲେ ଅନ୍ୟସବୁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । କୌଣସି ବ୍ରାଣ୍ଡର ଏନର୍ଜୀ ଡ୍ରିଙ୍କ୍ ପିଇବା ପୂର୍ବରୁ ଜାଣିବା ଉଚିତ ଯେ ସେଥିରେ କେଉଁ ସବୁ ତତ୍ୱ ରହିଛି । ଅଧିକାଂଶ ଏନର୍ଜୀ ଡ୍ରିଙ୍କ୍ ଉପରେ ଏହା ଲେଖାଥାଏ ଯେ ତାହା ଛୋଟ ପିଲା, ଗର୍ଭବତି ମହିଳା ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ପାଇଁ ନିଷେଧ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ଏନର୍ଜୀ ଡ୍ରିଙ୍କ୍ ଶରୀରକୁ ଶକ୍ତି ଯୋଗାଇଥାଏ ସତ କିନ୍ତୁ ପରବର୍ତ୍ତୀ ସମୟରେ ତାହା ସ୍ଲୋ ପଇଜନ୍ ପରି କାର୍ଯ୍ୟ କରିଥାଏ । ତେବେ ଏନର୍ଜୀ ଡ୍ରିଙ୍କର ଅତ୍ୟାଧିକ ସେବନ କରିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା:

୧. ହାଇପରଟେନସନ୍ ସମସ୍ୟା: ଏନର୍ଜୀ ଡ୍ରିଙ୍କ୍‌ସ ଗୁଡ଼ିକରେ ଅଧିକ ମାତ୍ରାରେ କାଫେନ୍ ରହିଥାଏ । କହିବାକୁ ଗଲେ ୫୦୦ ଲିଟର ଏନର୍ଜୀ ଡ୍ରିଙ୍କରେ ଅତି କମରେ ୨୦୦ରୁ ୫୦୦ ଗ୍ରାମ କାଫେନ୍ ରହିଥାଏ । ଅତ୍ୟାଧିକ କାଫେନ୍ ସେବନ ଉଚ୍ଚ ଦ୍ୱାରା ରକ୍ତଚାପ, ହୃଦସ୍ପନନ୍ଦ ବୃଦ୍ଧି ହେବା, କ୍ୟାଲସିୟମର ଅଭାବ ଏବଂ ଭୟର କାରଣ ପାଲଟି ଥାଏ ।

୨. ଟାଇପ-୨ ମଧୁମେହ: ଏନର୍ଜୀ ଡ୍ରିଙ୍କ୍‌ସରେ ଶର୍କରାର ମାତ୍ରା ଅଧିକ ରହିଥାଏ । ତେଣୁ ଅଧିକ ନର୍ଜୀ ଡ୍ରିଙ୍କ୍‌ସ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହେବା ସହ ଟାଇପ-୨ ମଧୁମେହର ଆଶଙ୍କା ଦେଖାଦେଇଥାଏ ।

୩. ଦାନ୍ତ ସମସ୍ୟା: ଏନର୍ଜୀ ଡ୍ରିଙ୍କ୍‌ସରେ ଶର୍କରାର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ଦାନ୍ତର ବାହ୍ୟ ପରତ ‘ଏନାମେଲ’କୁ ନଷ୍ଟ କରିଥାଏ ଯଦ୍ୱାରା ହାଇପର ସେନ୍ସିଟିଭିଟି, କ୍ୟାଭିଟି ଭଳି ସମସ୍ୟା ଦେଖାଦେଇଥାଏ ।

୪. ଦୁର୍ବଳତା: ଅଧିକାଂଶ ବ୍ୟକ୍ତିମାନେ ପାଣି ବଦଳରେ ବିଭିନ୍ନ ଏନର୍ଜୀ ଡ୍ରିଙ୍କ୍ ପିଇବା ପସନ୍ଦ କରିଥାନ୍ତି । କିନ୍ତୁ ପରବର୍ତ୍ତି ସମୟରେ ଡିହାଇଡ୍ରେସନ୍ କାରଣରୁ ଶରୀରରୁ ଠିକ୍ ଭାବରେ ଟକସିନ୍ସ ନିର୍ଗତ ହୋଇନଥାଏ । ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ ଏବଂ ଶରୀର ଧିରେ ଧିରେ ଦୁର୍ବଳ ହୋଇଥାଏ । ଏହା ସହ ଉଚ୍ଚ ମାତ୍ରାରେ କାଫେନର ସେବନ କିଡ଼ନୀ କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.