fbpx

ନ୍ୟୁ ହାମ୍ପସାୟାରରୁ ରିପବ୍ଲିକାନ୍ ପ୍ରାଥମିକ ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ କାହିଁକି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ନ୍ୟୁ ହାମ୍ପସାୟାରରୁ ରିପବ୍ଲିକାନ ପ୍ରାଥମିକ ନିର୍ବାଚନ ଜିତିଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟ ଅନୁଯାୟୀ ଟ୍ରମ୍ପଙ୍କୁ ୧୧ ଜଣ ପ୍ରତିନିଧି ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହେଲିଙ୍କୁ ୮ ଜଣ ଡେଲିଗେଟ୍ ମିଳିଛି। ପ୍ରାଥମିକ ନିର୍ବାଚନ ଫଳାଫଳ ଅନୁଯାୟୀ ନ୍ୟୁ ହାମ୍ପସାୟାରରେ ରିପବ୍ଲିକାନ ପାର୍ଟିର ମୋଟ ୨୨ ଜଣ ପ୍ରତିନିଧି ଅଛନ୍ତି।

ଆମେରିକାର କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜୋ ବାଇଡେନ୍ ଡେମୋକ୍ରାଟ୍ ପ୍ରାଥମିକ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି। ତେବେ ବାଇଡେନଙ୍କୁ ବାଲଟରେ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯାଇନଥିଲା। ସେମାନଙ୍କୁ ପ୍ରତିନିଧି ମଧ୍ୟ ଦିଆଯିବ ନାହିଁ। କାରଣ ଜୋ ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ନେଇ ତାଙ୍କ ଦଳ ଭିତରେ ପ୍ରଶ୍ନ ଉଠୁଛି ।

ଡେମୋକ୍ରାଟିକ୍ କଂଗ୍ରେସ ସଦସ୍ୟ ଡିନ୍ ଫିଲିପ୍ସ ନିକଟରେ ବାଇଡେନଙ୍କ ପ୍ରାର୍ଥୀତ୍ୱ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଠିଆ ହୋଇପାରିବେ ନାହିଁ। କିନ୍ତୁ ସମସ୍ତଙ୍କ ନଜର ରିପବ୍ଲିକାନ ପ୍ରାଥମିକ ନିର୍ବାଚନ ଉପରେ ରହିଥିଲା। କାରଣ ଏହି ପ୍ରାଥମିକ ନିର୍ବାଚନରେ ଯିଏ ଜିତିବ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ ।

ପ୍ରାଥମିକ ନିର୍ବାଚନ କ’ଣ?

ଆମେରିକା ନିର୍ବାଚନରେ କକସ୍ ଓ ପ୍ରାଥମିକ ଦୁଇ ପ୍ରକାର ର ନିର୍ବାଚନ ହୋଇଥାଏ। କିଛି ରାଜ୍ୟରେ ଏହି କକସ୍ ହୋଇଥାଏ, ଯେଉଁଥିରେ ସମର୍ଥକମାନେ ଆସି କିଛି ଘଣ୍ଟାର ଆଲୋଚନା ପରେ ସେମାନଙ୍କ ପ୍ରାର୍ଥୀଙ୍କୁ ଭେଟି ଭୋଟ୍ ଦିଅନ୍ତି। ଏହି ନିର୍ବାଚନ ସାଧାରଣତଃ ହାତ ଓ ସମର୍ଥନରେ ହୋଇଥାଏ।

କିନ୍ତୁ ପ୍ରାଥମିକ ନିର୍ବାଚନର ରୂପରେଖ ସାମାନ୍ୟ ଭିନ୍ନ। ଏଠାରେ ଦଳ ସହ ଜଡ଼ିତ ଲୋକମାନେ ମତଦାନ କେନ୍ଦ୍ର ସ୍ଥାପନ ହୋଇଥିବା ସ୍ଥାନକୁ ଆସନ୍ତି। ସମର୍ଥକମାନେ ନିଜ ପ୍ରାର୍ଥୀଙ୍କ ପାଇଁ ବାଲଟରେ ଭୋଟ୍ ଦେଇ ତୁରନ୍ତ ଚାଲି ଯାଆନ୍ତି। ଯେଉଁ ପ୍ରାର୍ଥୀ ଅଧିକ ଭୋଟ୍ ପାଇବେ, ତାଙ୍କ ଅନୁପାତରେ ଦଳ ପ୍ରତିନିଧି ଦେଇଥାଏ। ପ୍ରତି ରାଜ୍ୟରେ ପ୍ରତିନିଧିଙ୍କ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ।

Get real time updates directly on you device, subscribe now.