fbpx

ମୁମ୍ବାଇ ରଣଜୀ ଟ୍ରଫି ଟିମରେ ସଚିନଙ୍କ ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ

AAKASH

ମୁମ୍ବାଇ: ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଛି ବଡ଼ ସୁଯୋଗ । ପ୍ରଥମଥର ପାଇଁ ମୁମ୍ବାଇର ରଣଜୀ ଟ୍ରଫି ଦଳରେ ସାମିଲ କରାଯାଇଛି । ଆଗାମୀ ରଣଜୀ ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ ମୁମ୍ବାଇର ଦଳ ଘୋଷଣା କରାଯାଇଛି । ଅଲରାଉଣ୍ଡର ଅର୍ଜୁନ ଭଲ ବ୍ୟାଟିଂ ସହ ପେସ ବୋଲିଂ କରନ୍ତି । ଅର୍ଜୁନ ତେନ୍ଦୁଲକର ଜାନୁଆରି ୧୩ ତାରିଖରେ ମହାରାଷ୍ଟ୍ର ବିପକ୍ଷରେ ହେବାକୁ ଥିବା ଖେଳରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିପାରନ୍ତି।

ତେବେ ମୁମ୍ବାଇର ରଣଜୀ ଟ୍ରଫି ଦଳର କ୍ୟାପଟେନ ଓପନର ପୃଥୀ ସାଁଙ୍କୁ ଦିଆଯାଇଛି। ସେ ପ୍ରଥମ ଦୁଇଟି ମ୍ୟାଚରେ ମୁମ୍ବାଇ କ୍ରିକେଟ୍ ଦଳର ନେତୃତ୍ୱ ନେବେ। ମୁମ୍ବାଇ ହେଉଛି ୪୧ ଥରର ରଣଜୀ ଚାମ୍ପିଅନ୍ । ୨୦୨୧ ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଛି । ଆଗାମୀ ସଂସ୍କରଣରେ ମଧ୍ୟ ମୁମ୍ବାଇ ତାଙ୍କୁ ନେବାକୁ ଚାହୁଁଥିବା ସ୍ପଷ୍ଟ କରିଛି ।

Get real time updates directly on you device, subscribe now.