fbpx
BSKY
BJD MC SKY
BJD YOUTH SKY

କଟକରେ ବି ୩ ଦିନ ଧର୍ମାନୁଷ୍ଠାନ ବନ୍ଦ

କଟକ(ଓଡ଼ିଶା ଭାସ୍କର): କରୋନା ପାଇଁ ଏବର୍ଷ ମଧ୍ୟ ନୂଆବର୍ଷ ଫିକା ପଡ଼ିବ । ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା ହୋଇଥିବା ବେଳେ କାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ କଟକରେ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ । ଶ୍ରଦ୍ଧାଳୁଙ୍କ ପାଇଁ କଟକର ସବୁ ଧର୍ମାନୁଷ୍ଠାନ ୩ ଦିନ ପାଇଁ ବନ୍ଦ ରହିବ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟି ରଖି ସିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

କଟକ ପରି ଭୁବନେଶ୍ୱରରେ ୩ ଦିନ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ବିଏମସି ଅଧିନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ ବୋଲି ଘୋଷଣା ହୋଇଛି । କାଲିଠାରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟି ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.