fbpx

PF ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଏଣିକି ୩୧ ଡିସେମ୍ବର ପରେ ବି କରିପାରିବେ E-Nomination, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ୍ ଆକାଉଣ୍ଟ ଥିବା ଚାକିରିଆଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଇପିଏଫଓ ନିଜ କର୍ମଚାରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛିି । ଇ-ନୋମିନେସନ୍ ମାଧ୍ୟମରେ ନୋମିନୀ ସାମିଲ କରିବାର ଶେଷ ତାରିଖକୁ ବଢ଼ାଇଛି ଇପିଏଫଓ । ଏଣିକି ପିଏଫ୍ ଆକାଉଣ୍ଟଧାରୀମାନେ ୩୧ ଡିସେମ୍ବର ୨୦୨୧ ପରେ ବି ଇ-ନୋମିନେସନ୍ କରିପାରିବେ । ଏହାର ଡେଡଲାଇନ୍ କେବେ ଶେଷ ହେବ ତାହା କୁହାଯାଇନଥିବା ବେଳେ ଇ-ନୋମିନେସନ କରିବାକୁ ଇପିଏଫଓ ନିଜ ଆକାଉଣ୍ଟଧାରୀମାନଙ୍କୁ ପରାମର୍ଶ ଦେଇଛି ।

ତେବେ ଇପିଏଫଓର ଏହି ପଦକ୍ଷେପ ଯୋଗୁଁ ପିଏଫ୍ ଆକାଉଣ୍ଟଧାରୀଙ୍କ ଆଶ୍ରିତମାନଙ୍କୁ ସୁରକ୍ଷା ମିଳିବ । ଯଦି ପିଏଫ୍ ଆକାଉଣ୍ଟଧାରୀଙ୍କ ସହ କିଛି ଅଘଟଣ ଘଟେ, ତେବେ ନୋମିନୀଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଆପଣ ଅନଲାଇନ୍ ମାଧ୍ୟମରେ ବି ଯୋଡିପାରିବେ । ଆସନ୍ତୁ ଜାଣିବା କ’ଣ ରହିଛି ପ୍ରକ୍ରିୟା…

– ପ୍ରଥମେ EPFOର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

– ଏବେ ଆପଣଙ୍କୁ UAN ଓ ପାସୱାଡ ମାଧ୍ୟମରେ ଲଗ ଇନ୍ କରିବାକୁ ପଡିବ ।

– ମ୍ୟାନେଜ୍ ସେକ୍ସନକୁ ଯାଇ ଲିଙ୍କ E-Nomination ଉପରେ କ୍ଲିକ୍ କରନ୍ତୁ ।

– ଏବେ ନୋମିନୀର ନାଁ ଓ ଅନ୍ୟ ସୂଚନା ପୂରଣ କରନ୍ତୁ ।

– ୧ରୁ ଅଧିକ ନୋମିନୀ ହେଯାଡ଼ିବାକୁ ଚାହୁଁଥିଲେ Add New Button ଉପରେ କ୍ଲିକ୍ କରନ୍ତୁ ।

– ଏହା ପରେ Save Family Details ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ପ୍ରକ୍ରିୟା ସମାପ୍ତ ହେବ ।

Get real time updates directly on you device, subscribe now.