fbpx
BSKY
BJD MS SKY
BJD YOUTH SKY

କଟକରେ ୧୬ରୁ ସେନାବାହିନୀ ଅଗ୍ନିପଥ ନିଯୁକ୍ତି ରାଲି

କଟକ(ଭାସ୍କର ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାରେ ସେନାବାହିନୀ ନିଯୁକ୍ତି ରାଲି ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସେନାବାହିନୀ କଟକ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ଏହି ରାଲି ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ସାଧାରଣ ପ୍ରବେଶିକା ଅନଲାଇନରେ କରାଯିବ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେନାରେ ଭର୍ତି ପାଇଁ ରାଲି ଆୟୋଜନ କରାଯିବ।

ଏଥି ନିମନ୍ତେ କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଦା, ଯାଜପୁର, ପୁରୀ ଓ ଭଦ୍ରକ ଜିଲ୍ଲାମାନଙ୍କରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଉପରୋକ୍ତ ତାରିଖ ମଧ୍ୟରେ ଅନଲାଇନ ମାଧ୍ୟମରେ ପୀକରଣ କରି ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡ ଓ ଶିକ୍ଷାଗତ ଯୋଗ୍ୟତା ପାଇଁ ପ୍ରକାଶିତ ହୋଇଥିବା ଅଧିସୂଚନା ଜଏନ ଇଣ୍ଡିଆନ ଆର୍ମି ୱେବସାଇଟରେ ଉପଲବ୍ଧ ଅଛି।

Get real time updates directly on you device, subscribe now.