fbpx

ଆଇଏଏସ ବିଜୟ କେତନଙ୍କ ଆଉ ଜଣେ ସହଯୋଗୀ ଗିରଫ

କଟକ, ୨୧ା୧(ଓଡ଼ିଶା ଭାସ୍କର): ଲାଞ୍ଚ ନେଇଥିବା ଅଭିଯୋଗରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଗିରଫ ହୋଇଥିଲେ । ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । କୃଷି ନିର୍ଦ୍ଦେଶାଳୟର ଏମଆଇଏସ ପୀତବାସ ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ବିଜୟକେତନଙ୍କୁ ସହଯୋଗ ଅଭିଯୋଗରେ ଗିରଫ ହୋଇଥିଲେ ପୀତବାସ ।
ଉଲ୍ଲେଖଯୋଗ୍ୟ ଆଇଏଏସ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ଏହାପୂର୍ବରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ଦେଇଥିଲା ଭିଜିଲାନ୍ସ । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିଲା ସାଙ୍ଘାତିକ ତଥ୍ୟ ।
୨୦୧୨ରୁ ୨୦୧୯ ଭିତରେ ୩ଟି ଖାତାରେ ୭୦ଲକ୍ଷ ଟଙ୍କା ଜମା ହୋଇଥିଲା । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଟଙ୍କା ଜମା ହୋଇଥିଲା । ଏହାସହ ସେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଥିଲା ୨୨ଲକ୍ଷ । ଗୋଟିଏ ଦିନରେ ଏକାଧିକବାର ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା ।

Get real time updates directly on you device, subscribe now.