fbpx

ସଂସଦରେ ଛତା ଧରି ପହଞ୍ଚିଲେ ମୋଦୀ, କହିଲେ- ବିପକ୍ଷଙ୍କ ପ୍ରଶ୍ନର ବର୍ଷାକୁ ସାମନା କରିବାକୁ ରେଡ୍ଡି

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆଜିଠାରୁ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ସରକାର ଅନେକ ବିଲ୍ ପାସ୍ କରିବାର ଏଜେଣ୍ଡା ରହିଛି । ଅନ୍ୟପକ୍ଷରେ ବିରୋଧୀ ମଧ୍ୟ ନିଜ ନିଜର ଅଣ୍ଟା ଭିଡ଼ି ସାରିଛନ୍ତି ଏବଂ ପୂରା ପ୍ରସ୍ତୁତିର ସହିତ ସଂସଦକୁ ଆସିସାରିଛନ୍ତି । ବିଶେଷ କରି ପେଟ୍ରୋଲ୍-ଡିଜେଲ୍, କରୋନା ମହାମାରୀର ଦ୍ୱିତୀୟ ଲହର ଏବଂ କୃଷି ଆନ୍ଦୋଳନକୁ ବିରୋଧରୀ ଆଜି ସରକାରଙ୍କୁ ଘେରିବେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ଇନ୍ଧନ ମୂଲ୍ୟ ବୃଦ୍ଧିରେ ବିରୋଧ କରିବାକୁ ଟିଏମସି ସାଂସଦମାନେ ସାଇକେଲ ଯୋଗେ ସଂସଦରେ ପହଞ୍ଚିଛନ୍ତି।

ସଂସଦରେ ମୌସୁମୀ ଅଧିବେଶନ ମଧ୍ୟରେ ଦିଲ୍ଲୀରେ ବର୍ଷା ହେଉଥିବା ଦେଖିବାକୁ ମିଳିଥିଲା । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତା ଧରି ସଂସଦରେ ପହଞ୍ଚିଥିଲେ । ଏଥିସହିତ ସେ ସଂସଦର ସମସ୍ତ ସାଂସଦ ଏବଂ ଦଳର କର୍ମକର୍ତ୍ତା ମାନଙ୍କୁ କହିଥିଲେ ଯେ, କଷ୍ଟରୁ ଅତି କଷ୍ଟ ପ୍ରଶ୍ନ ପଚାରନ୍ତୁ ଏବଂ ସେ ଉତ୍ତର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ପ୍ରଶ୍ନ ପଚାରିବା ସହିତ ସରକାରଙ୍କୁ ତାର ଉତ୍ତର ଦେବାକୁ ମଧ୍ୟ ସୁଯୋଗ ଦିଆଯାଉ ବୋଲି ଅପିଲ୍ କରିଥିଲେ । ଏହା ଦ୍ୱାରା ଗଣତନ୍ତ୍ର ମଜବୁତ୍ ହେବ ଏବଂ ବିଶ୍ୱାସ ଅତୁଟ ରହିବ ।

ତେବେ ଅଧିବେଶନ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଆଉ ଆରମ୍ଭ ନହେଉଣୁ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲାଣି । ପ୍ରଥମ ଦିନରୁ ହିଁ ଲୋକସଭା ଅଧିବେଶନ ରେ ଗୃହକୁ ହୁଲୁସ୍ତୁଲୁ କଲେଣି ବିରୋଧୀ ଦଳର କମୀକର୍ତ୍ତା ।

Get real time updates directly on you device, subscribe now.