fbpx
BJD
BJD SKY
BJD SKY

ଧାରା ୩୭୦ ଉଚ୍ଛେଦ ନେଇ କାହିଁକି ବିବ୍ରତ ହେଉଛି ଚୀନ? ଜାଣନ୍ତୁ ଭାରତକୁ ନେଇ କ’ଣ କହିଛି ବୈଦେଶିକ ମନ୍ତ୍ରାଳୟ

BJD

ନୂଆଦିଲ୍ଲୀ: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟ ଚଳିତ ମାସ ଡିସେମ୍ବର ୧୧ ତାରିଖରେ ଐତିହାସିକ ରାୟ ଘୋଷଣା କରିଥିଲେ । ତେବେ ସଂସଦର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ପାକିସ୍ତାନରେ ଚିନ୍ତାଜନକ ପରିସ୍ଥିତି ଉପୁଜିଛି । ତେବେ ବର୍ତ୍ତମାନ ପାକିସ୍ତାନ ସହିତ ଚୀନରେ ମଧ୍ୟ ସମାନ ପ୍ରକାର ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ଚୀନ ଲଦାଖ ଉପରେ ପୁଣି ନିଜର ଅଧିକାର ଦାବି କରିଛି । ଏ ନେଇ ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମାଓ ନିଙ୍ଗ ନିଜର ମତାମତ ଦେଇଛନ୍ତି । ତେବେ ନିଜର ମତାମତରେ ସେ କହିଛନ୍ତି- “ଚୀନ କେବେ ମଧ୍ୟ ତଥାକଥିତ ସ୍ୱୟଂଶାସିତ ଅଞ୍ଚଳ ଲଦାଖକୁ ସ୍ୱୀକୃତି ଦେଇ ନାହିଁ। ଏହା ଭାରତ ପକ୍ଷରୁ ଏକପାଖିଆ ଏବଂ ବେଆଇନ ନିଷ୍ପତ୍ତି।“

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମାଓ କହିଛନ୍ତି ଯେ- “ଚୀନ୍-ଭାରତ ସୀମାର ପଶ୍ଚିମ ଅଞ୍ଚଳ ଉପରେ ଚୀନ୍‌ର ଅଧିକାର ଥିବା ହେତୁ ଭାରତର ଘରୋଇ କୋର୍ଟର ନିଷ୍ପତ୍ତି ଦ୍ୱାରା ଏଠାରେ କୌଣସି ପରିବର୍ତ୍ତନ ହେବ ନାହିଁ ।” ମଙ୍ଗଳବାର ଦିନ ମୁସଲିମ ଦେଶମାନଙ୍କର ଇସଲାମିକ ସହଯୋଗ ସଂଗଠନ(ଓଆଇସି) ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ଅନ୍ୟପକ୍ଷରେ ଭାରତ ସରକାର ଏହି ସଂଗଠନର ବିବୃତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ପାକିସ୍ତାନର ନାମ ନ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ- “ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶର ଆଦେଶ ଅନୁଯାୟୀ ଓଆଇସି ଏସବୁ କରୁଛ । ତେଣୁ ଓଆଇସିର କାର୍ୟ୍ୟ ବର୍ତ୍ତମାନ ସମୟରେ ସନ୍ଦେହଜନକ ହୋଇପଡିଛି।“

ଓଆଇସି ଏକ ବିବୃତ୍ତି ଜାରି କରି ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛି। ତେବେ ଏହି ବିବୃତ୍ତିରେ ଓଆଇସି କହିଛି ଯେ- ଆମେ ଜାମ୍ମୁ କାଶ୍ମୀରର ଲୋକଙ୍କ ସହିତ ଅଛୁ। ଭାରତ ଆନ୍ତର୍ଜାତୀୟ ସ୍ତରରେ ବିବାଦୀୟ ଅଞ୍ଚଳରେ ଏହି ପରିବର୍ତ୍ତନ କରିଛି।

ସୂଚନାଯୋଗ୍ୟ, ଚଳିତ ମାସ ୧୧ ତାରିଖରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦ ଉପରେ ସଂସଦର ନିଷ୍ପତ୍ତି ନେଇ ଶୁଣାଣି କରିଥଲେ । ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଧାରା ୩୭୦ ର ଅପସାରଣ ସାମ୍ବିଧାନିକ ରୂପରେ ବୈଧ । ଏହା ବ୍ୟତୀତ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ ଶେଷ ହେବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପାକିସ୍ତାନୀଙ୍କୁ ଶକ୍ତ ଆଘାତ ଲାଗିଛି। ଏହି ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜଲିଲ ଅବ୍ବାସ ଜିଲାନି କହିଛନ୍ତି ଯେ ଆନ୍ତର୍ଜାତୀୟ ଆଇନ ଭାରତର ଏହି ନିଷ୍ପତ୍ତିକୁ ସ୍ୱୀକୃତି ଦେଉନାହିଁ। ତେବେ ଭାରତର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଏକପାଖିଆ ନିଷ୍ପତ୍ତି ଏବଂ ଆଇନଗତ ଭାବରେ ସଠିକ୍ ନୁହେଁ ।

Get real time updates directly on you device, subscribe now.