fbpx
BJD
BJD SKY
BJD SKY

ପରୀ ମୃତ୍ୟୁ ମାମଲାରେ ଅରୁଣ କହିଲେ, ‘ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି’

BJD

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ଅରୁଣ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ‘ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ କରାଯାଇଛି । ଯାହାକୁ ଗିରଫ କରିଛୁ, ତା ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି । ଅଭିଯୁକ୍ତକୁ ଆମେ ଲଗାତାର ପଚରାଉଚରା କରିଛୁ । ଯଥେଷ୍ଟ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି । ‘ଯୌନ ନିର୍ଯାତନା ହେଉଛି ହତ୍ୟାର ପ୍ରମୁଖ କାରଣ । ଅନ୍ୟ କିଏ ତାକୁ ସାହାଯ୍ୟ କରିଛନ୍ତି ନା ନାହିଁ ସେନେଇ ତଦନ୍ତ ଚାଲିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବୁ ଓ ରିମାଣ୍ଡ ମାଗିବୁ । ଆଗକୁ ତଦନ୍ତ ଜାରି ରହିବ।’

Get real time updates directly on you device, subscribe now.