fbpx

ଓଡ଼ିଶାର ଏପରି ଏକ ସ୍ଥାନରେ ଗାନ୍ଧିଜୀ ଆଜି ବି ପୂଜା ପାଉଛନ୍ତି, ଜାଣନ୍ତୁ କେଉଁଠାରେ

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଜାତିର ପିତା ମହାତ୍ମା ଗାନ୍ଧି ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ସ୍ଥାନୀୟ ଭଟାର ଗାଁର ଗ୍ରାମବାସୀଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ ହୋଇଛି । ଗାନ୍ଧିଜିଙ୍କ ଆଦର୍ଶକୁ ପାଳନ କରି ଏହି ମନ୍ଦିରର ପୂଜା କାର୍ଯ୍ୟ ଜଣେ ଦଳିତଙ୍କ ହାତରେ ନ୍ୟସ୍ତ କରାଯାଇଛି ।

ମନ୍ଦିରରେ ତ୍ରିରଙ୍ଗା ତଳେ ଗାନ୍ଧିଜୀଙ୍କ ମୂର୍ତ୍ତି ରହିଛି । ୬ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିଟି କଂସାରେ ନିର୍ମିତ ହୋଇଛି । ଯାହାକୁ ଖଲ୍ଲିକୋଟ ଆର୍ଟ କଲେଜର ଛାତ୍ରୀଛାତ୍ରୀମାନେ ନିର୍ମାଣ କରିଥିଲେ । ମନ୍ଦିରର ପ୍ରବେଶ ପଥରେ ଭାରତ ମାତା ଓ ଅଶୋକ ସ୍ତମ୍ଭ ମୂର୍ତ୍ତି ରହିଛି । ୧୯୭୪ ମସିହାରେ ଓଡ଼ିଶାର ତତକାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ମନ୍ଦିରକୁ ଉଦଘାଟନ କରିଥିଲେ ।

ସକାଳରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମନ୍ଦିରରେ ଗାନ୍ଧିଜୀଙ୍କର ଆରତୀ କରାଯାଏ । ଏହାସହ ଗାନ୍ଧିଙ୍କର ବିଚାର, ନୀତି, ଆଦର୍ଶ ଆଦି ପଠନ କରାଯାଏ । ବର୍ଷ ସାରା ମନ୍ଦିରରେ ରାମଧୂନ ଗାନ କରାଯାଏ ।

ଅଗଷ୍ଟ ୧୫, ଜାନୁଆରୀ ୨୬, ଗାନ୍ଧି ଜୟନ୍ତୀ ଓ ଗାନ୍ଧି ତିରୋଧାନ ଦିବସରେ ମନ୍ଦିରରେ ବିଶେଷ ଉତ୍ସବ ପାଳନ କରାଯାଇଥାଏ । ଏହି ଅବସରରେ ସ୍ଥାନୀୟ ଯୁବକମାନେ ନିଶା ଓ ଅହିଂସା ପରିତ୍ୟାଗ କରିବାର ଶପଥ ନେଇଥାନ୍ତି ।

Get real time updates directly on you device, subscribe now.