fbpx

ସମ୍ବଲପୁର ଜିଲ୍ଲା ଗସ୍ତରେ ଅରୁଣ ସାହୁ: ୫୦ କୋଟି ଯାଆଁଳ ଉତ୍ପାଦନ ଟାର୍ଗେଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତ୍ସ୍ୟ ଓ ପଶୁପାଳନ ବିଭାଗର ସମୀକ୍ଷା କରିଛନ୍ତି । ହୀରାକୁଦ ମହମ୍ମଦପୁର ସ୍ଥିତ କେଜ୍ କଲଚର, ଚିପିଲିମାସ୍ଥିତ ମେଗା ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା କେଜ୍ ଫିସିଂ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ । ଆସନ୍ତା ଜୁନ୍ ବେଳକୁ କିପରି ମତ୍ସ୍ୟ ଯାଆଁଳା ଉତ୍ପାଦନ ହୋଇପାରିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ମନ୍ତ୍ରୀ ।

ଚିପିଲିମା କେନ୍ଦ୍ରରୁ ଉଭୟ ପ୍ରଜାତିର ୫୦ କୋଟି ଯାଆଁଳ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଏପ୍ରିଲରୁ ଜୁନ ମଧ୍ୟରେ ୩୦ କୋଟି ଯାଆଁଳ ଉତ୍ପାଦନ ଟାର୍ଗେଟ ଥିବା ନେଇ ସମୀକ୍ଷା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମତ୍ସ୍ୟ ଓ ପଶୁପାଳନ ବିଭାଗ ସଚିବ ଆର ରଘୁପ୍ରସାଦ, ନିର୍ଦ୍ଦେଶକ ସ୍ମୃତି ରଂଜନ ପଧାନ ପ୍ରମୁଖ ସାମିଲ ଥିଲେ

Get real time updates directly on you device, subscribe now.