fbpx

ରାଜନୀତିକୁ ଆସିବା ନେଇ କ’ଣ କହିଲେ ଅରୁଣ ପଟ୍ଟନାୟକ ?

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଦିଲ୍ଲୀରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିରଳ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ବିଜୁଙ୍କ ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ସେଠାରେ ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନରେ ବିଜୁଙ୍କ ଅବଦାନର ସ୍ମୁତିଚାରଣ ହୋଇଛି । ଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ଏହି ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ।

ଇଣ୍ଡୋନେସିଆ ପାଇଁ ବିଜୁବାବୁଙ୍କ ଅବଦାନ ପାଇଁ ଆମେ ଗର୍ବିତ ବୋଲି ତାଙ୍କ ବଡ ପୁଅ ପ୍ରେମ କହିଛନ୍ତି । ସେହିପରି ବିଜୁବାବୁଙ୍କ ପାଇଁ ଭାରତ ଓ ଇଣ୍ଡୋନେସିଆ ଭିତରେ ଭଲ ସମ୍ପର୍କ ରହିଛି ବୋଲି ଅରୁଣ କହିଛନ୍ତି ।

ତେବେ ନବୀନଙ୍କ ଉତ୍ତରାଧିକାରୀ ହେବା ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଆଜିର ଆୟୋଜିତ ପ୍ରଦର୍ଶନୀରେ ରାଜନୀତିକୁ ଆସିବା ନେଇ ଅରୁଣଙ୍କୁ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଅରୁଣ ରାଜନୀତିକୁ ନେଇ ସମସ୍ତ ପ୍ରଶ୍ନକୁ ଏଡାଇ ଦେଇଥିଲେ ।

ଏହା ପୂର୍ବରୁ ନବୀନ କହିଥିଲେ ଯେ, ବିଜେଡିର ପରବର୍ତ୍ତୀ ନେତୃତ୍ୱ କିଏ ନେବ, ତାହା ଦଳ ବାଛିବ ।

Get real time updates directly on you device, subscribe now.