fbpx

ଅଖିମୁଠି ଅନୁକୂଳ କଲେ ଅରୁଣ ସାହୁ

ନୟାଗଡ,୨୬ ।୪(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିର ଆଜିର ଦିନରେ କୃଷକମାନେ ସେମାନଙ୍କ ଜମିରେ ଅଖିୁମଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି । କିନ୍ତୁ କରୋନା ଭାଇରସ ଯୋଗୁଁ ଏହାକୁ ସରକାରୀ ଭାବେ ପାଳନ ନକରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ନୟାଗଡ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ଏନେଇ ସମସ୍ତ ପୂଜାପାଠ ସରିବା ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି ।

ତେବେ ଅକ୍ଷୟ ତୃତୀୟାକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ । ଏହି ଦିବସରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୃଷି ମନ୍ତ୍ରୀ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବର୍ଷର ପାଣିପାଗ, ଚାଷ ଅନୁକୂଳ ପାଇଁ ଭଲ ରହିଛି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକ-ଡାଉନ କୃଷି କାର୍ଯ୍ୟ ନିମନ୍ତେ କୋହଳ କରିଛନ୍ତି । କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ୟ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ ।

Get real time updates directly on you device, subscribe now.