fbpx

ଇଚ୍ଛା ନଥିଲେ ମହିଳାମାନେ କରନ୍ତି ଏପରି ବାହାନା

ପୁରୁଷମାନଙ୍କ ଟେଷ୍ଟୋଷ୍ଟେରନ୍ ହର୍ମୋନ୍ ମହିଳାଙ୍କ ତୁଳନାରେ ୨୦ ପ୍ରତିଶତ ଅଧିକ । ଏହି କାରଣରୁ ମହିଳାଙ୍କ ତୁଳନାରେ ପୁରୁଷମାନେ ନିଜକୁ ଅଧିକ ରୋମାଣ୍ଟିକ୍‌ଭାବେ ପ୍ରଦର୍ଶିତ କରିଥାନ୍ତି । ଗତ କିଛିଦିନ ତଳେ ହୋଇଥିବା ଏକ ରିସର୍ଚ୍ଚରୁ ଏହି ଘଟଣା ସାମ୍ନାକୁ ଆସିଛି ଯେ, ୪୦ ପ୍ରତିଶତ ମହିଳା ଅନେକ ସମୟରେ ସେକ୍ସରୁ ବର୍ତ୍ତିବା ପାଇଁ ନିଜେ ଥକାପଣ ଅନୁଭବ କରୁଥିବା କିମ୍ବା ଋତୁସ୍ରାବ ଭଳି ଅନେକ ବାହାନା କରିଥାନ୍ତି ।

ରିସର୍ଚ୍ଚ ଅନୁସାରେ ପୁରୁଷମାନେ ପ୍ରେମ ନକରି ୨୦ ଦିନ ପର୍ଯ୍ୟନ୍ତ ରହିପାରିଥାନ୍ତି । କିନ୍ତୁ ୨୦ ଦିନରୁ ଅଧିକ ହୋଇଗଲେ ସେମାନେ ଚିନ୍ତାରେ ପଡ଼ି ଯାଆନ୍ତି । କିନ୍ତୁ ମହିଳାମାନେ ପୁରୁଷଙ୍କ ତୁଳନାରେ ନିଜ ଉପରେ ଅଧିକ ନିୟନ୍ତ୍ରଣ ରଖି ପାରିଥାନ୍ତି । ରିସର୍ଚ୍ଚରେ କୁହାଯାଇଛି ଯେ, ମହିଳାମାନେ ପ୍ରେମ ନକରି ଏକ ବର୍ଷ ପର୍ଯ୍ୟନ୍ତ ରହି ପାରନ୍ତି । ଅଧିକାଂଶ ମହିଳା ଘର ଓ ଅଫିସ୍ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇଥାନ୍ତି । ଏହାପରେ ସେକ୍ସ ସେମାନଙ୍କ ପାଇଁ ସବୁଠାରୁ ଶେଷ ବିକଳ୍ପ ହୋଇଥାଏ । ଏପରିକି ଏହାକୁ ସେମାନେ ମୁଣ୍ଡ ବ୍ୟଥା ହେଉଛି ଭଳି ବାହାନା କରି ଟାଳିଦେବାକୁ ଚାହୁଁଥାନ୍ତି । ଅନ୍ୟପଟେ ସେକ୍ସ ଏକ ନ୍ୟାଚୁରାଲ୍ ଷ୍ଟ୍ରେସ୍ ବଷ୍ଟର ଭାବେ କାର୍ଯ୍ୟ କରିଥାଏ । ଏହା ଆପଣଙ୍କ ଷ୍ଟ୍ରେସ୍ କମ୍ କରିବା ସହ ଆପଣଙ୍କ ସମ୍ପର୍କକୁ ଅଧିକ ମଜବୁତ କରିଥାଏ ।

Get real time updates directly on you device, subscribe now.